Latest Odisha News

BREAKING NEWS

ଆତଙ୍କବାଦୀଙ୍କ ଗୁଳିରେ ଶୌର୍ଯ୍ୟଚକ୍ର ବଲୱିନ୍ଦର ମୃତ, ପୂର୍ବରୁ ୪୨ ଥର ଆକ୍ରମଣ ହୋଇଥିଲା

ତରନତାରନ: ପଞ୍ଜାବର ତରନତାରନରେ ଶୁକ୍ରବାର ଶୌର୍ଯ୍ୟଚକ୍ର ସମ୍ମାନିତ ସମାଜସେବୀ ବଲୱିନ୍ଦର ସିଂଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି । ଅବଶ୍ୟ ପୋଲିସ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଆସି ନାହିଁ । ଶୁକ୍ରବାର ସକାଳ ୭ଟା ସମୟରେ କିଛି ଲୋକ ତାଙ୍କ ଘର ମଧ୍ୟରେ ପ୍ରବେଶ କରି ଗୁଳି ଚାଳନା କରିଥିଲେ । ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖଲିସ୍ତାନ ଆନ୍ଦୋଳନ ସମୟରେ ସେ ଆତଙ୍କବାଦୀଙ୍କୁ ଦୃଢ଼ତାର ସହ ମୁକାବିଲା କରିଥିଲେ । ଏଥିନେଇ ସର୍ବଦା ତାଙ୍କୁ ଟାର୍ଗେଟରେ ରଖା ଯାଇଥିଲା । ପୂର୍ବରୁ ୪୨ ଥର ତାଙ୍କ ଉପରେ ଆକ୍ରମଣ ହୋଇଛି । ସେ ଅନେକ ଆତଙ୍କବାଦୀଙ୍କୁ ମାରିଛନ୍ତି । ବଲୱିନ୍ଦର ଓ ତାଙ୍କ ପରିବାରଙ୍କୁ ୧୯୯୩ରେ ଶୌର୍ଯ୍ୟଚକ୍ରରେ ସମ୍ମାନିତ କରାଯାଇଥିଲା । ତାଙ୍କ ଉପରେ ପଞ୍ଜାବ ଏକ ଯାତ୍ରା ଏବଂ ଅନ୍ୟ କେତେଗୁଡିଏ ଟେଲିଫିଲ୍ମ ନିର୍ମିତ ହୋଇଛି ।

Leave A Reply

Your email address will not be published.