Latest Odisha News

ଶପିଂ କଲେ ଶେଖ ହସିନା, କିଣିଲେ ୩୦ ହଜାର ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ

ନୂଆଦଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାଲିଥିବା ହିଂସା କାରଣରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଗାଜିଆବାଦର ହିଣ୍ଡନ ଏୟାରବେସରେ ପହଞ୍ଚି ଥିଲେ ଶେଖ୍ ହସିନା । ଏବେ ସେ ଭାରତରେ ଅଛନ୍ତି । ଏହା ପରେ ସେ ଲଣ୍ଡନ ଯିବା ନେଇ ଚର୍ଚ୍ଚା ହେଉଛି ।

ବାଂଲାଦେଶ ଛାଡିବା ସମୟରେ ହସିନା ନିଜ ସହ କିଛି ସୁଟକେସ ଏବଂ ବ୍ୟାଗ ଆଣିଥିବା କୁହାଯାଉଛି । ଏହି ସମୟରେ ସେ ନିଜ ପାଇଁ ଓ ତାଙ୍କ ଭଉଣୀ ପାଇଁ ହିଣ୍ଡନ ବାୟୁସେନା ଷ୍ଟେସନରେ ଥିବା ସପିଂ କମ୍ପେ୍ଲକ୍ସରୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ କିଣିଛନ୍ତି । ସେ ୩୦ ହଜାରଟଙ୍କା ମୂଲ୍ୟର ଶପିଂ କରିଥିବା ସୂତ୍ରରୁ ପ୍ରକାଶ ରହିଛି ।

ତେବେ ଏହି ସପିଂ ସମୟରେ ତାଙ୍କ ପାଖରେ ଭାରତୀୟ ମୂଦ୍ରା କମ ପଡିଥିବାରୁ ସେ ବାଂଲାଦେଶ ମୁଦ୍ରା ଦେଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୂସାରେ, ବାଂଲାଦେଶ ଛାଡିବାବେଳେ ଶେଖ ହସିନା ୪ଟି ସୁଟକେସ ଏବଂ ଦୁଇଟି ବ୍ୟାଗ ନେଇ ଆସିଥିଲେ । ଯେଉଁଥିରେ ଅତ୍ୟାବଶ୍ୟକ ସାମଗ୍ରୀ ରହିଥିଲା ।

Comments are closed.