Latest Odisha News

ରହେମାନଙ୍କ ସନ୍ଦେହ ଦୂର କଲେ ଶେଖର କାପୁର, ଓସ୍କାର ସମ୍ମାନ ବଲିଉଡରେ ମୃତ୍ୟୁ ସହ ସମାନ

ମୁମ୍ବାଇ: ଭାରତୀୟ ଫିଲ୍ମ ଦୁନିଆରେ ଦୁଇ ମହାରଥୀ ସଙ୍ଗୀତକାର ଏଆର ରହେମାନ ଏବଂ ନିର୍ଦ୍ଦେଶକ ଶେଖର କାପୁର ଖୋଲାଖୋଲି ଭାବେ ବଲିଉଡର ପକ୍ଷପାତିତା ଏବଂ ଅପାରଗ ପଣିଆକୁ ପଦାରେ ପକାଇଛନ୍ତି । ଦିଲ ବେଚାରା ଫିଲ୍ମରେ ସଙ୍ଗୀତ ଦେଇ ରହେମାନ ପୁଣି ପ୍ରଶଂସକଙ୍କ ମନ କିଣି ପାରିଛନ୍ତି । ରବିବାର ରହେମାନ ଏକ ଟୁଇଟ କରିଥିଲେ “ହଜି ଯାଇଥିବା ସମ୍ମାନ, ଅର୍ଥ ଓ ପ୍ରସିଦ୍ଧି ଫେରି ଆସି ପାରିବ । କିନ୍ତୁ ହଜାଇଥିବା ଗୁରୁତ୍ୱପୂର୍ଣ୍ଣ ସୁବର୍ଣ୍ଣ ସମୟ ଫେରି ଆସିବ ନାହିଁ’’ । ଏହାର ଉତରରେ ଶେଖର କାପୁର ଲେଖିଥିଲେ ‘ ରହେମାନ ତୁମେ ଭଲ ଭାବେ ଜାଣିଛ କେଉଁଠାରେ ଅସୁବିଧା ରହିଥିଲା । ତୁମେ ଆସିଲ ଏବଂ ଓସ୍କାର ପୁରସ୍କାର ଜିତି ତାଙ୍କଠାରୁ ଶ୍ରେଷ୍ଠ ବୋଲି ନିଜକୁ ପ୍ରମାଣିତ କଲ । ବଲିଉଡରେ ଓସ୍କାର ପୁରସ୍କାର ମୃତ୍ୟୁର ଶୀତଳ ସ୍ପର୍ଶ କହିଲେ ଭୁଲ ହେବ ନାହିଁ’’ ।

ଏହି ଦୁଇ ଜଣଙ୍କ ଟୁଇଟ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାର କାରଣ ସାଜିଛି । ଶନିବାର ରହେମାନ କହିଥିଲେ ମୁଁ କିପରି ଫିଲ୍ମ ପାଇବି ନାହିଁ ସେ ନେଇ ମୋ ବିରୁଦ୍ଧରେ ସୁଚିନ୍ତିତ ଭାବେ ଯୋଜନା କରାଯାଉଥିବା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଏବେ ଅନେକ ମହାନ କଳାକାର ସେମାନଙ୍କ ମୁହଁ ଖୋଲୁଛନ୍ତି ।

Comments are closed.