ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୨୬ନମ୍ବର ୱାର୍ଡ ଅନ୍ତର୍ଗତ ଗୋଷାଣୀନୂଆଗାଁସ୍ଥିତ ତୋଟା ସାହି ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଁ ବିମଳା ଦ୍ୱାରା ଘର ପୋଛା ଏବଂ ୱାଇପର ପ୍ରସ୍ତୁତ କରାଯିବ। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏହାକୁ ଉଦ୍ଘାଟନ କରିଛନ୍ତି। ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ୨୬ନମ୍ବର ୱାର୍ଡ କର୍ପୋରେଟର ଧିରେଶ ସାବତଙ୍କ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ। ଏହି ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବଜାରରେ ବିକ୍ରି ପାଇଁ ଓରମାସ୍, ଏମ୍କେସିଜି ମେଡିକାଲ୍ କଲେଜ, ସିଟି ହସ୍ପିଟାଲ ସହିତ ବିଭିନ୍ନ ମଲ ସହିତ ଯୋଗାଯୋଗ ଚାଲିଛି। ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ମହିଳାମାନେ ଆର୍ଥୀକ ଭାବେ ସ୍ବାବଲମ୍ବୀ ହୋଇପାରିବେ ବୋଲି କର୍ପୋରେଟର ଧିରେଶ ସାବତ କହିଛନ୍ତି। ଅଧିକରୁ ଅଧିକ ସହରବାସୀ ଏହି ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଘର ପୋଛା କିଣିବା ସହ ମହିଳା ସଶକ୍ତିକରଣ ଦିଗରେ ନିଆଯାଇଥିବା ପଦକ୍ଷେପକୁ ପ୍ରୋତ୍ସାହିତ କରିବାକୁ କର୍ପୋରେଟର ସାବତ ଆହ୍ବାନ ଜଣାଇଛନ୍ତି। ଅନ୍ୟପଟେ ଏହି ପଦକ୍ଷେପକୁ ବିଧାୟକ ବିକ୍ରମ କୁମାର ପଣ୍ଡା ମଧ୍ୟ ପ୍ରଶଂସା କରିଛନ୍ତି। ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ନିଆଯାଉଥିବା ଅଭିନବ ପଦକ୍ଷେପଗୁଡ଼ିକ ଭିତରେ ଏହା ଅନ୍ୟତମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଇଥାନ୍ତି ବୋଲି ବିଧାୟକ ପଣ୍ଡା କହିଛନ୍ତି।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.