ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୨୬ନମ୍ବର ୱାର୍ଡ ଅନ୍ତର୍ଗତ ଗୋଷାଣୀନୂଆଗାଁସ୍ଥିତ ତୋଟା ସାହି ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଁ ବିମଳା ଦ୍ୱାରା ଘର ପୋଛା ଏବଂ ୱାଇପର ପ୍ରସ୍ତୁତ କରାଯିବ। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏହାକୁ ଉଦ୍ଘାଟନ କରିଛନ୍ତି। ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ୨୬ନମ୍ବର ୱାର୍ଡ କର୍ପୋରେଟର ଧିରେଶ ସାବତଙ୍କ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ। ଏହି ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବଜାରରେ ବିକ୍ରି ପାଇଁ ଓରମାସ୍, ଏମ୍କେସିଜି ମେଡିକାଲ୍ କଲେଜ, ସିଟି ହସ୍ପିଟାଲ ସହିତ ବିଭିନ୍ନ ମଲ ସହିତ ଯୋଗାଯୋଗ ଚାଲିଛି। ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ମହିଳାମାନେ ଆର୍ଥୀକ ଭାବେ ସ୍ବାବଲମ୍ବୀ ହୋଇପାରିବେ ବୋଲି କର୍ପୋରେଟର ଧିରେଶ ସାବତ କହିଛନ୍ତି। ଅଧିକରୁ ଅଧିକ ସହରବାସୀ ଏହି ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଘର ପୋଛା କିଣିବା ସହ ମହିଳା ସଶକ୍ତିକରଣ ଦିଗରେ ନିଆଯାଇଥିବା ପଦକ୍ଷେପକୁ ପ୍ରୋତ୍ସାହିତ କରିବାକୁ କର୍ପୋରେଟର ସାବତ ଆହ୍ବାନ ଜଣାଇଛନ୍ତି। ଅନ୍ୟପଟେ ଏହି ପଦକ୍ଷେପକୁ ବିଧାୟକ ବିକ୍ରମ କୁମାର ପଣ୍ଡା ମଧ୍ୟ ପ୍ରଶଂସା କରିଛନ୍ତି। ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ନିଆଯାଉଥିବା ଅଭିନବ ପଦକ୍ଷେପଗୁଡ଼ିକ ଭିତରେ ଏହା ଅନ୍ୟତମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଇଥାନ୍ତି ବୋଲି ବିଧାୟକ ପଣ୍ଡା କହିଛନ୍ତି।
BREAKING NEWS
- ଡାକ୍ତର ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
- କରୀନାଙ୍କ ପ୍ରେମରେ ପଡିଛନ୍ତି କି କାର୍ତିକ
Comments are closed.