Latest Odisha News

BREAKING NEWS

‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ଓଡ଼ିଶା ଲିଙ୍କ୍, ଚର୍ଚ୍ଚାରେ ଯାଜପୁରର ପୁଅ ସୁବ୍ରତ

ଯାଜପୁର: ବଲିଉଡ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସିନେମାରେ କାମ କରିଛନ୍ତି ଓଡ଼ିଆ ପୁଅ । ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରରେ ଭିଜୁଆଲ୍ ଇଫେକ୍ଟର ଭାବେ କାମ କରି ବେଶ ସୁନାମ ଅର୍ଜନ କରିଛନ୍ତି ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସୁବ୍ରତ କୁମାର ପାଢ଼ୀ । ସୁବ୍ରତ ଆଇଟିଆଇ ପାଠ ପଢ଼ୁଥିବା ବେଳେ ଭିଜୁଆଲ୍ ଏଡିଟିଂ ଉପରେ ଅଧିକ ଆଗ୍ରହୀ ଥିଲେ ।

ପରେ ସେ ଏହି ବିଷୟରେ କୋର୍ଷ କରି ଜଣେ ଭିଜୁଆଲ ଇଫେକ୍ଟର ଭାବେ ବିଭିନ୍ନ ସିନେମାରେ କାମ ଆରମ୍ଭ କରିଥିଲେ । ଏବେ ତାଙ୍କୁ ହିନ୍ଦୀ ସିନେମା ‘ବ୍ରହ୍ମାସ୍ତ୍ର’ରେ କାମ କରିବାକୁ ସୁଯୋଗ ମିଳିଥିଲା । ଏହି ସିନେମାରେ ସେ ଭିଜୁଆଲ୍ ଇଫେକ୍ଟ ଦେଇ ଥିବା ବେଳେ ଚଳଚିତ୍ରର ସିକ୍ୟୁଏନ୍ସ ଗୁଡ଼ିକ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରି ପାରିଛି ।

ବରୀ ବ୍ଲକର ଏକ ନିଛକ ପଲ୍ଲୀ ଅଞ୍ଚଳର ଜଣେ ଯୁବକ ନିଜର ଇଛାଶକ୍ତି ବଳରେ ବଲିଉଡରେ ପହଞ୍ଚି ପାରିଛନ୍ତି । ପରଦା ପଛରେ ରହି ସୁବ୍ରତ ସିନେମାରେ ସିକ୍ୟୁଏନ୍ସ କରି ନିଜର କଳା ନିପୁଣତା ଦେଖାଇ ଯାଜପୁର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି ।

Leave A Reply

Your email address will not be published.