Latest Odisha News

ସୁଟ୍‌କେସ୍ ଉପରେ ବସି ପୂରା ଟର୍ମିନାଲ୍ ବୁଲିଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନଙ୍କ ବିମାନବନ୍ଦରର ଲୁକ୍ ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ଲୋକମାନେ ବି ଏହାକୁ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି । ନିକଟରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ବିମାନବନ୍ଦର ଲୁକ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସଭିଙ୍କ ନଜର ରହିଛି ଶିଳ୍ପାଙ୍କ ଟ୍ରଲି ବ୍ୟାଗ୍ ଉପରେ । ଶିଳ୍ପା ସେ ବ୍ୟାଗ୍ ଉପରେ ବସି ବିମାନବନ୍ଦର ଭିତରେ ଗଡ଼ି ଗଡ଼ି ଯାଉଛନ୍ତି, ଯାହାକୁ ଦେଖି ଲୋକେ ତାଙ୍କୁ ‘ସୁଟ୍‌କେସ୍ ନା ସ୍କୁଟର’ ବୋଲି ପ୍ରଶ୍ନ ବି କରୁଛନ୍ତି ।

ଆପଣ ବି ଭିଡିଓଟିକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହେବେ ଯେ ଶିଳ୍ପା ଏହି ବ୍ୟାଗ୍‌କୁ ବିମାନବନ୍ଦର ଟର୍ମିନାଲ୍ ଭିତରେ ଏକ ଗାଡ଼ି ପରି ଚଳାଇ ଗଡ଼ି ଗଡ଼ି ଯାଉଥିଲେ । ଶିଳ୍ପା ଏହାର ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ସରେ ସେୟାର କରିଛନ୍ତି । ଭିଡିଓଟିକୁ ଦେଖିବା ପରେ ପ୍ରଶଂସକମାନଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି । ଶିଳ୍ପା ଯାହାକୁ ସ୍କୁଟର ଭଳି ଚଲାଉଛନ୍ତି ତାହା ହେଉଛି ‘ଏୟାର ହୁଇଲ୍‌’ ବ୍ରାଣ୍ଡ୍‌ର ଟ୍ରାଭେଲିଂ ବ୍ୟାଗ୍ । ଏହାକୁ କମ୍ପାନି ‘ରାଇଡିଙ୍ଗ୍ ଲଗେଜ୍‌’ ନାମକରଣ କରିଛି ।

Comments are closed.