ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଲୋକେମାନେ ମଧ୍ୟ ଚିଠିକୁ ଖୁବ୍ ମାତ୍ରାରେ ପଢ଼ୁଛନ୍ତି । ଏହି ଚିଠିକୁ ମହାରାଷ୍ଟ୍ର ବିଜେପି ଅଫିସ୍ ଟ୍ୱିଟର ଆକାଉଣ୍ଟରେ ଶେୟାର କରାଯାଇଛି । ଏନେଇ ମହାରାଷ୍ଟ୍ରର ଜଣେ ବିଜେପି ନେତା କହିଛନ୍ତି,‘‘ ଆମେ ସମସ୍ତେ ଏଭଳି ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ପାରିବା’’ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଶିଳ୍ପା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଉକ୍ତି ଚିଠିରେ ଶିଳ୍ପା ଲେଖିଛନ୍ତି ଯେ, ମାନନୀୟ ମୋଦି ଜୀ କିଛି ଲୋକ ଇତିହାସ ପଢ଼ିଥାଆନ୍ତି । କିଛି ଲୋକ ଇତିହାସରୁ ଶିଖିଥାଆନ୍ତି । ହେଲେ ଆପଣ ପାଞ୍ଚଶହ ବର୍ଷର ଇତିହାସ ପରିବର୍ତ୍ତନ କରି ଦେଖାଇ ଦେଇଛନ୍ତି । ଏହି ଶୁଭ କାର୍ଯ୍ୟ ପାଇଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ। ଭଗବାନ ଶ୍ରୀ ରାମଙ୍କ ନାମ ସହିତ ଆପଣଙ୍କ ନାଁ ସବୁଦିନ ପାଇଁ ଯୋଡ଼ି ହୋଇ ରହିବ ।’’
ସୂଚନାଯୋଗ୍ୟ, ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ । ଏହି ଉତ୍ସବରେ ଯୋଗ ଦେବା ପାଇଁ ସମଗ୍ର ବିଶ୍ୱରୁ ସାଧୁ ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେହିପରି ଏହି ଉତ୍ସବରେ ବହୁ ସେଲିବ୍ରେଟି ମଧ୍ୟ ସାମିଲ ହୋଇଥିଲେ ।
Comments are closed.