Latest Odisha News

BREAKING NEWS

ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ କରୋନା ଟୀକା ନେଲେ ଶିଳ୍ପା

ମୁମ୍ବାଇ: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଶିଳ୍ପା ଶିରୋଦକର ଦୁବାଇରେ କରୋନା ଟୀକା ନେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଏହି ସୂଚନା ଦେବା ସହ ଫଟୋ ମଧ୍ୟ ଶେୟାର କରିଛନ୍ତି । ଯାହା କି ଭାଇରାଲ ହେବାରେ ଲାଗିଛି । ଫଟୋରେ ଶିଳ୍ପା ମାସ୍କ ପିନ୍ଧିଥିବା ବେଳେ ଟୀକା ନେବା ପରେ ହାତରେ ଲଗା ଯାଇଥିବା ତୁଳାକୁ ମଧ୍ୟ ଦେଖାଇଛନ୍ତି । ଟୀକା ନେବେ ପରେ ଏବେ ମୁଁ ସୁସ୍ଥ ଅନୁଭବ କରୁଛି ବୋଲି ସେ କହିଛନ୍ତି । ଭାରତରେ ମଧ୍ୟ ଟୀକାକରଣ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ ।

ସରକାର ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ୧୯୮୯ରେ ଭ୍ରଷ୍ଟାଚାର ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ପାଦ ଦେଇଥିଲେ । ଏହା ପରେ ସେ କିଶନ କହ୍ନେୟା, ଖୁଦା ଗୱାହ ଗୋପୀକିଶନ ପରି ହିଟ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କର ଅନେକଗୁଡିଏ ଫିଲ୍ମ ଅଧାରୁ ବନ୍ଦ ହୋଇଯିବାରୁ କ୍ୟାରିୟର ଗ୍ରାଫ ତଳକୁ ଖସିଥିଲା ।

Leave A Reply

Your email address will not be published.