Latest Odisha News

BREAKING NEWS

ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ମୟୂରଭଞ୍ଜ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପର୍ଯ୍ୟଟକଙ୍କୁ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଶିମିଳିପାଳରେ ରାତ୍ରି ଯାପନ କରିବାକୁ ହେଲେ ଅନ୍‌ଲାଇନ୍‌ରେ ବୁକିଂ କରିପାରିବେ ପର୍ଯ୍ୟଟକ । ବୁକିଂ ପରେ ଅନୁମତି ମିଳିଲେ ପର୍ଯ୍ୟଟକମାନେ ରାତ୍ରି ଯାପନ କରିପାରିବେ । ଦୈନିକ ଚାରି ଚକିଆ ଯାନ ଜଶିପୁର କଳିଆଣି ତନଖି ଫାଟକ ଓ ବାରିପଦା ପିଠାବଟା ତନଖି ଫାଟକ ଦେଇ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବ । ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରବେଶ କରିପାରିବେ ପର୍ଯ୍ୟଟକ । ପ୍ରତି ପର୍ଯ୍ୟଟକଙ୍କ ପିଛା ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି । ଏହାସହ ଅଭୟାରଣ୍ୟ ଭିତରକୁ ପ୍ରବେଶ ସମୟରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେବା ଉପରେ କଟକଣା ଜାରି କରାଯାଇଛି ।

ଅଭୟାରଣ୍ୟକୁ ପ୍ରବେଶ ସମୟରେ ମାସ୍କ ପରିଧାନ ସହ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଛି । ରାତ୍ରି ଯାପନ ପାଇଁ କୋର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ ଗୁଡ ଗୁଡିଆ ଆଦି ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ, କୁଆଁରୀ ଗାଁ ନିକଟରେ ବାଉଁଶ କୁଟୀରର ବ୍ୟବସ୍ଥା ହୋଇଛି ।

Comments are closed.