Latest Odisha News

BREAKING NEWS

ଶିବସେନାରେ ବିଦ୍ରୋହ: ବଢୁଛି ସିନ୍ଦେଙ୍କ ଶକ୍ତି, ଦୁର୍ବଳ ହେଉଛି ଉଦ୍ଧବ ଶିବିର

ମୁମ୍ବାଇ: ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପରେ ଏବେ ବିଧାୟକ ସିନ୍ଦେଙ୍କ ଶକ୍ତି ଲଗାତର ଭାବେ ବଢି ଚାଲିଛି। ସ୍ଥିତି ଏମିତି ଯେ ଏବେ ଶିବସେନାର ଅଧିକାଂଶ ବିଧାୟକ ସିନ୍ଦେଙ୍କ ସମର୍ଥନରେ ରହିଥିବା ବେଳେ ଉଦ୍ଧବଙ୍କ ସମର୍ଥନରେ ୧୩ ବିଧାୟକ ରହିଥିବା ସୂଚନା ରହିଛି। ତେଣୁ ଆଜି କିମ୍ବା ଆସନ୍ତାକାଲି ମହାରାଷ୍ଟ୍ରରେ ସରକାର ଭାଙ୍ଗିଯାଇପାରେ । ଅନ୍ୟପଟେ ମହାବିକାଶ ବିକାଶ ଅଘାଡିରେ ସାମିଲ ଥିବା ଏନସିପି ଏବଂ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରିବେ ବୋଲି ବିଚାର କରୁଥିବା ସୂଚନା ରହିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଜି ଶିବସେନାର ତିନି ବିଧାୟକ ଏକନାଥ ସିନ୍ଦେଙ୍କ ଶିବିରରେ ଯୋଗଦେବାର ସମ୍ଭାବନା ରହିଛି। ଏହି ତିନି ବିଧାୟକ ବର୍ତ୍ତମାନ ଗୁଜୁରାଟର ସୁରଟରେ ଅଛନ୍ତି ଏବଂ ଶୀଘ୍ର ଆସାମକୁ ଉଡ଼ାଣ ଭରିବେ ବୋଲି କୁହାଯାଉଛି। ତେଣୁ ସିନ୍ଦେଙ୍କ ସମର୍ଥନରେ ୫୦ ବିଧାୟକଙ୍କ ସମର୍ଥନ ରହିଥିବା କୁହାଯାଉଛି।

ମହାରାଷ୍ଟ୍ରରେ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ପାଖରେ ଦଳର ଦୁଇ ତୃତୀୟାଂଶ ବିଧାୟକଙ୍କ ସମର୍ଥନ ଥିବା ଜଣାପଡିଛି।ଗୁରୁବାର ରାତିରେ ସେ ମହାରାଷ୍ଟ୍ର ବିଧାନସଭାର ଉପ ବାଚସ୍ପତି ନରହରୀ ଜିରୱାଲଙ୍କୁ ଚିଠି ଲେଖି ନିଜକୁ ଶିବସେନା ବିଧାୟକ ଦଳର ନେତା ଭାବେ ଦାବି କରିଛନ୍ତି। ସିନ୍ଦେ ତାଙ୍କ ସମର୍ଥନରେ ୪୭ ଜଣ ବିଧାୟକଙ୍କ ସମର୍ଥନ ଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ପାଖରେ କେବଳ ୧୩-୧୭ ଜଣ ବିଧାୟକଙ୍କ ସମର୍ଥନ ରହିଛି। ସଂଖ୍ୟା କମିବା ସତ୍ତ୍ୱେ ଏନସିପି ଏବଂ କଂଗ୍ରେସ ଏବେ ମଧ୍ୟ ମହାମେଣ୍ଟ ଶିବିରକୁ ସମର୍ଥନ କରୁଛନ୍ତି।

ସିନ୍ଦେ ଶିବିରର ସମସ୍ତ ୪୭ ଜଣ ବିଧାୟକ ବର୍ତ୍ତମାନ ଆସାମର ଗୌହାଟିର ରେଡିସନ୍ ବ୍ଲୁ ହୋଟେଲରେ ଅଛନ୍ତି। ଏହି ବିଧାୟକଙ୍କ ମଧ୍ୟରେ ସ୍ୱାଧୀନ ବିଧାୟକ ମଧ୍ୟ ରହିଛନ୍ତି। ରାଜ୍ୟରେ ସରକାର ଗଢିବାକୁ ୧୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ବିଜେପି ପାଖରେ ୧୦୬ ବିଧାୟକ ରହିଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ବିଧାୟକଙ୍କ ସମର୍ଥନକୁ ମିଶାଇଲେ ବିଜେପି ଏଠାରେ ସରକାର ଗଢିବ ବୋଲି କୁହାଯାଉଛି।

ଗତକାଲି ଏକନାଥ ଏବଂ ବିଦ୍ରୋହୀ ବିଧାୟକଙ୍କର ଏକ ବୈଠକର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ବିଦ୍ରୋହୀ ବିଧାୟକ କହିଛନ୍ତି, ଏକନାଥ ତାଙ୍କ ସହ ସବୁବେଳେ ରହିଛନ୍ତି । ସେ ତାଙ୍କ ସହ ରହିଛନ୍ତି। ବିଜୟ ତାଙ୍କର ହେବ ବୋଲି ବିଦ୍ରୋହୀ ବିଧାୟକ ଆଶାବାଦୀ ରହିଛନ୍ତି। ଗତକାଲି ଏକନାଥ କହିଥିଲେ ତାଙ୍କ ସହ ଗୋଟିଏ ବଡ ଜାତୀୟ ରାଜନୈତିକ ଦଳ ରହିଛି।

ସେପଟେ କଂଗ୍ରେସ ନେତା ନାନା ପାଟୋଲ କହିଛନ୍ତି ଇଡି ଏବଂ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରି ରାଜ୍ୟରେ ବିଜେପି ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି।

Leave A Reply

Your email address will not be published.