Latest Odisha News

BREAKING NEWS

କୋଣାର୍କ ସ୍ପିନିଙ୍ଗ ମିଲ ପୁନଃଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

କଳାହାଣ୍ଡି : କୋଣାର୍କ ସ୍ପିନିଙ୍ଗ୍ ମିଲ ଓ ଜିନିଙ୍ଗ୍ ମିଲର ପୁନଃଉଦ୍ଧାର ପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ସ୍ମାରକ ପତ୍ର । ସାଇନିଙ୍ଗ୍ କଳାହାଣ୍ଡିର ଅଧ୍ୟକ୍ଷ ଡ଼.ଭବାନୀ ଶଙ୍କର ନିଆଲଙ୍କ ଦ୍ୱାରା ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ମାରକ ପତ୍ର ଦିଆଯାଇଛି । ଆଉ ଏହାର ନକଲ ଜିଲ୍ଲାର ମାନ୍ୟବର ସାଂସଦ,  ମୁଖ୍ୟ ଶାସନ ସଚିବ,କୃଷି ଓ ବୟନଶିଳ୍ପ ପ୍ରମୁଖ ଶାସନ ସଚିବଙ୍କୁ ମଧ୍ୟ ଦିଆଯାଇଛି ।

କୋଣାର୍କ ସ୍ପିନିଙ୍ଗ୍ ମିଲ ଯାହା ଓଡିଶାରେ ଏପରି ଏକ ସ୍ପିନିଙ୍ଗ୍ ମିଲ, ଯଦି ଓଡିଶାର ୬ ଗୋଟି ସ୍ପିନିଙ୍ଗ ମିଲ ବନ୍ଦହୋଇଥିବା ବେଳେ କେସିଙ୍ଗା ସ୍ଥିତ ସ୍ପିନିଙ୍ଗ୍ ମିଲ ଓ ଜିନିଙ୍ଗ୍ ମିଲ ବର୍ତ୍ତମାନ କାର୍ଯ୍ୟକାରୀ ଅବସ୍ଥାରେ ଅଛି  । କିନ୍ତୁ  ଏବେ ଏହାର ପୁନଃଉଦ୍ଧାର ଅତ୍ୟନ୍ତ ଆବଶ୍ୟକତା ହୋଇପଡ଼ିଛି । ଏନେଇ ଜିଲ୍ଲାପାଳ ଜିନିଙ୍ଗ୍ ମିଲକୁ ଚଲେଇବା ପାଇଁ ପାଖାପାଖି ଡେଢକୋଟି ଆର୍ଥିକ ଅନୁଦାନ ଦେବାପାଇଁ ରାଜ୍ୟ ସରକାରଙ୍କୁ ନିବେଦନ ଜଣାଇଥିଲେ ।

ସେହିପରି  ସ୍ପିନିଙ୍ଗ୍ ମିଳକୁ ଚାଲୁ କରିବାପାଇଁ ପାଖାପାଖି ୫୦ କୋଟି ଟଙ୍କା ବ୍ୟୟବରାଦର ଆବଶ୍ୟକତା ରହୁଛି । ଯଦି ଏହି ଆର୍ଥିକ ଆବଣ୍ଟନ ସ୍ପିନିଙ୍ଗ୍ ମିଲ ଓ ଜିନିଙ୍ଗ୍ ମିଲ ପାଇଁ କରାଯାଏ ତାହେଲେ ନିଶ୍ଚିତ ଭାବରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ରାୟଗଡା ଏବଂ ନବରଙ୍ଗପୁର ଜିଲ୍ଲାର ଚାଷୀ ଏଠି ଉପକୃତ ହୋଇପାରିବେ ।

ଏହାସହ  ବାର୍ଷିକ ୪୦ ହଜାର କର୍ମସଂସ୍ଥାନ ଯୋଗାଇବାରେ ସକ୍ଷମ ହେଇପାରିବ ସ୍ପିନିଙ୍ଗ୍ ମିଲ ଓ ଜିନିଙ୍ଗ୍ ମିଲ । ତେଣୁ ଏହାର ପୁନଃଉଦ୍ଧାର ପାଇଁ  ରାଜ୍ୟସରକାରଙ୍କୁ ଏକ ସ୍ମାରକ ପତ୍ର ଜରିଆରେ ସାଇନିଙ୍ଗ୍ କଳାହାଣ୍ଡିର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ଜିଲ୍ଲାପାଳଙ୍କର ଜରିଆରେ ଏକ ସ୍ମାରକ ପତ୍ର ଦେଇ ନିବେଦନ ଜଣାଇଛନ୍ତି ।

Leave A Reply

Your email address will not be published.