ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶିରିଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ କରିଛନ୍ତି।
ସୂଚନା ଅନୁଯାୟୀ, କ୍ୟାବିନେଟର ନିଯୁକ୍ତି କମିଟି ଅକ୍ଟୋବର ୯ କିମ୍ବା ତା’ପରେ ଏହି ପଦବୀରେ ଯୋଗଦାନ ତାରିଖରୁ ତିନି ବର୍ଷ ପାଇଁ ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି।
ବର୍ତ୍ତମାନ ଶିରିଶ ମୁର୍ମୁ ଆରବିଆଇରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିବା ବେଳେ ସେ ଏମ ରାଜେଶ୍ୱର ରାଓଙ୍କ ସ୍ଥାନ ନେବେ। ଯାହାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ଅକ୍ଟୋବର ୮ରେ ଶେଷ ହେଉଛି।
ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏଥିସହିତ ସେ ପୋଷ୍ଟ କରିଛନ୍ତି ଯେ, ଜଣେ ସୁଯୋଗ୍ୟ ଓଡ଼ିଆ ଦେଶର ସର୍ବୋଚ୍ଚ ବ୍ୟାଙ୍କରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଦେଶର ଆର୍ଥିକ ବ୍ୟବସ୍ଥା ଓ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଦୃଢ଼ ବିଶ୍ୱାସ ରହିଛି । ଆଗାମୀ କାର୍ଯ୍ୟକାଳ ଓ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା।
Comments are closed.