Latest Odisha News

BREAKING NEWS

ଆଇଏସଏସଏଫ ବିଶ୍ୱକପ ଶୁଟିଂ: ୫୦ ମିଟର ରାଇଫଲ ଟିମ ଇଭେଂଟରେ ବ୍ରୋଞ୍ଜ ଜିତିଲେ ଶ୍ରୀୟଙ୍କା

ଭୁବନେଶ୍ୱର: ଇଜିପ୍ଟରେ ଚାଲିଥିବା ଆଇଏସଏସଏଫ ରାଇଫଲ/ପିସ୍ତଲ ବିଶ୍ୱକପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ରବିବାର ଓଡିଶାର ଶ୍ରୀୟଙ୍କା ଷଡଙ୍ଗୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ୫୦ ମିଟର ରାଇଫଲ ୩ପି ମିକ୍ସଡ ଟିମ ଇଭେଂଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀୟଙ୍କା ଏବଂ ଅଖିଳ ଶେଓରାନ ଅଷ୍ଟ୍ରିଆର ରେବେକା କୋଏକ ଓ ଗେର୍ଣ୍ଣଟ ରମ୍ପଲର ଯୋଡିଙ୍କୁ ପରାସ୍ତ କରିଥିଲେ । ୩୪ ଟିମ ମଧ୍ୟରୁ ଭାରତୀୟ ଯୋଡି ୫ମ ସ୍ଥାନରେ ରହିଥିଲେ । ଏହା ପରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଥିଲେ ।

ଏଥିସହ ପଦକ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ପୂର୍ବରୁ ୨୫ମିଟର ପିସ୍ତଲ ଇଭେଂଟରେ ରାହୀ ସାର୍ଣ୍ଣୋବାତ, ଈଶା ସିଂ ଓ ରିଦିମ ସାଙ୍ଗୱାନ ଫାଇନାଲରେ ପ୍ରବେଶ କରିଛନ୍ତି ।

Comments are closed, but trackbacks and pingbacks are open.