Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା: ଶିବାଙ୍କ ପଂଚରେ ପାକିସ୍ତାନର ସୁଲେମାନ ଧରାଶାୟୀ

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ବକ୍ସର ଶିବା ଥାପ୍ପା ପାକିସ୍ତାନର ସୁଲେମାନ ବାଲୋଚଙ୍କ ଧରାଶାୟୀ କରି ପୁରୁଷ ୬୩.୬ କିଗ୍ରା କାଟାଗୋରୀର ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ଏହି ଫାଇଟ ସମ୍ପୂର୍ଣ୍ଣ ଭାବେ ଏକତରଫା ହୋଇଥିଲା । ୫ ଥର ଏସୀୟ ଚାମ୍ପିୟନଶିପ ଓ ବିଶ୍ୱ ଚାମ୍ପିୟନଶିପ ବ୍ରୋଞ୍ଜ ପଦକ ବିଜେତା ଶିବା ୫-୦ରେ ବିଜୟ ହାସଲ କରିଥିଲେ । ସୁଲେମାନ ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ଶିବା କୌଣସି ସୁଯୋଗ ଦେଇ ନ ଥିଲେ । ଏପରି କି ପଂଚ ମାରିବା ଉଦ୍ୟମରେ ତଳେ ମଧ୍ୟ ପଡି ଯାଇଥିଲେ ।

ଭାରତର ଆଶୀଷ କୁମାର (୮୦ କିଗ୍ରା), ମହମ୍ମଦ ହୁସାମୁଦ୍ଦିନ (୫୭ କିଗ୍ରା) ଓ ସଞ୍ଜିତ (୯୨ କିଗ୍ରା)ରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ । ବକ୍ସିଂରେ ଭାରତ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.