Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପରେ ଟ୍ରେନରେ ଲୁଚି କରି ଘରକୁ ଗଲେ ଏହି ଷ୍ଟାର ଖେଳାଳି

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ଭାରତ ସହଜରେ ନ୍ୟୁଜିଲାଣ୍ଡକୁ ହରାଇ ତୃତୀୟ ଥର ପାଇଁ ଟାଇଟଲ ହାସଲ କରିଛି । ମ୍ୟାଚ ପରେ ଖେଳାଳିମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଉଜ ମଜଲିସ କରିଥିଲେ । ସେହି ସମୟରେ ବିଶ୍ୱକପର ଷ୍ଟାର ଖେଳାଳି ଶିବମ ଦୁବେ ଅହମ୍ମଦାବାଦ ରେଲୱେ ଷ୍ଟେସନରେ ଥିଲେ । ସୟାଜୀ ଏକ୍ସପ୍ରେସର ଏସି ବଗିରେ ଲୁଚି ଛପି ମୁମ୍ବାଇ ଫେରିଥିଲେ । ଇଣ୍ଡିଆନ ଏକ୍ସପ୍ରେସରେ ଏହି ଖବର ପ୍ରକାଶ ପାଇଛି । ଦୁବେ ଘରେ ଶୀଘ୍ର ପଂଚିବାକୁ ଚାହୁଁଥିଲେ । ତାଙ୍କର ୪ ବର୍ଷର ପୁଅ ଅୟାନ ଓ ୨ ବର୍ଷର ଝିଅ ମହାବିଶଙ୍କୁ ଦେଖିବା ପାଇଁ ସେ ବ୍ୟଗ୍ର ହୋଇ ପଡିଥିଲେ । ଦୁବେଙ୍କ ସହ ଏହି ଯାତ୍ରାରେ ତାଙ୍କ ପତ୍ନୀ ଅଞ୍ଜୁମ ଥିଲେ । ଦୁବେ ଟୋପି ପିନ୍ଧିବା ସହ ମାସ୍କ ପରିଧାନ କରିଥିଲେ । ଫୁଲ ଟି ସର୍ଟ ପିନ୍ଧି ସେ ପ୍ରାୟତଃ ନିଜ ପରିଚୟ ଲୁଚାଇ ରଖିଥିଲେ ।

ସକାଳ ୫ଟା ୧୦ରେ ଟ୍ରେନ ଥିଲା । ଦୁବେ ଭାବିଥିଲେ ସେ ସମୟରେ ଟ୍ରେନରେ ଭୀଡ ନ ଥିବ । ମାତ୍ର କ୍ରିକେଟ ଫ୍ରଶଂସକଙ୍କ ଭୀଡ ସେଠାରେ ଥିଲେ । ଦୁବେ କାରରେ ବସି ରହିଲେ । ପୂର୍ବରୁ ହୋଇଥିବା ଆଲୋଚନା ଅନୁସାରେ ସେ ଟ୍ରେନ ଛାଡିବା ୫ ମିନିଟ ପୂର୍ବରୁ ପଂହଚିଥିଲେ । ଟିସି ଯେତେବେଳେ ନାମ ପଢ଼ିଲେ ଶିବମ ଦୁବେ…କ୍ରିକେଟର । ଅଞ୍ଜୁମ ହସି କରି କଥାକୁ କାଟି ଦେଇଥିଲେ । ଟିସି ବ୍ୟସ୍ତରେ ଥିବାରୁ ପଳାଇ ଯାଇଥିଲେ । ତେବେ ବୋରବଲୀରେ ପ୍ରଶଂସକମାନେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ନଥାନ୍ତା । ସେ ପୋଲିସକୁ ଫୋନ କରି ସବୁ କଥା କହିଥିଲେ । ପୋଲିସ ସୁରକ୍ଷା ସହ ସେ ଘରକୁ ଫେରିଥିଲେ ।

Leave A Reply

Your email address will not be published.