Latest Odisha News

BREAKING NEWS

ବାଣ ବିସ୍ଫୋରଣରେ ଗୁରୁତର ହୋଇ ପଡ଼ିଥିବା ଶିବନଙ୍କର ମୃତ୍ୟୁ

ଭୁବନେଶ୍ୱର: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଶିବନ ତାଡି। ସଂଧ୍ୟାରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା। ପରେ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଶିବନ ତାଡି। ଏବେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ରାଜଧାନୀ ଉପକଣ୍ଠ ଭିଏସଏସ ନଗରରେ ଶିବନ ସିଏଲ କଲୋନୀରେ ଥିବା ତାଙ୍କ ଘରେ ବାଣ ଭିଡୁଥିଲେ। ଏହି ସମୟରେ ହଠାତ ବାଣଟି ବିସ୍ଫୋରଣ କରିଥିଲା। ବିସ୍ଫୋରଣର ଶବ୍ଦ ଏତେ ଜୋର ଥିଲା ଯେ ଘରର ଆଜବେଷ୍ଟସ ଉପୁଡି ପଡ଼ିଥିଲା। ସେହିପରି ଘର ଭିତରେ ଥିବା ଅନ୍ୟାନ୍ୟ ସାମଗ୍ରୀ ଦୋହଲି ଯାଇଥିଲା। ବିସ୍ଫୋରଣ ଖବର ପାଇ ସ୍ଥାନୀୟ ଲୋକେ ଦୌଡି ଆସିଥିଲେ। ତେବେ ପୁଲିସ ପହଁଚିବା ପୂର୍ବରୁ ଶିବନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଥିବା ସୂଚନା ରହିଛି। ହେଲେ କେଉଁ କାରଣରୁ ହଠାତ ବାଣ ବିସ୍ପୋରଣ କରିଥିଲା ତାହା ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ଘଟଣାର ମୂଳ କାରଣ ଜାଣିବାକୁ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିଛି। ହେଲେ ବିସ୍ଫୋରଣ ପଛର କାରଣ କେହି କହିନକଥିବା ସୂଚନା ରହିଛି।

ଏବେ ପ୍ରଶ୍ନ ଉଠୁଛି ଯଦି ରାଜଧାନୀ ଛାତି ଉପରେ ବାଣ ଭିଡାଯାଉଛି ତାହେଲେ ପୋଲିସ କିଭଳି ଜାଣିପାରିନଥିଲା?

Comments are closed.