Latest Odisha News

BREAKING NEWS

ଶିବପାଲଙ୍କ ବାସନ୍ଦ ଦଣ୍ଡାଦେଶ କୋହଳ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ଶିବପାଲ ସିଂଙ୍କ ବାସନ୍ଦ ଦଣ୍ଡାଦେଶକୁ ନାଡା କମେଇ ଦେଇଛି । ପୂର୍ବରୁ ୪ ବର୍ଷ ବଦଳରେ ତାଙ୍କ ବର୍ଷେ ବାସନ୍ଦ ଦଣ୍ଡାଦେଶ ଦିଆଯିବ । ୨୦୨୧ ସେପ୍ଟେମ୍ବରରେ ସେ ଡୋପ ଟେଷ୍ଟରେ ଧରା ପଡିଥିଲେ । ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ଅଗଷ୍ଟ ୧୬ରେ ଶିବପାଲଙ୍କୁ ବାସନ୍ଦ କରାଯାଇଥିଲା । ଏବେ ଏହାକୁ କୋହଳ କରାଯିବା ପରେ ସେ ପ୍ରତିଯୋଗିତାରେ ଭାଗ ନେଇପାରିବେ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ସେ ଅପିଲ ପ୍ୟାନେଲର ଦ୍ୱାରସ୍ଥ ହୋଇଥିଲେ । ତଦନ୍ତ ପରେ ଶିବପାଲ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ।

ଜଣେ ଖୁଚୁରା ବ୍ୟବସାୟୀଙ୍କ ନିକଟରୁ ସେ ଏକ ହର୍ବାଲ ଫାର୍ମାସୀ କିଣିଥିଲେ । ମାତ୍ର ଉକ୍ତ ବ୍ୟବସାୟୀ ତାଙ୍କୁ ଏ ନେଇ ଠକିଥିଲା । ଏଥିରେ ନିଷିଦ୍ଧ ଡ୍ରଗ୍ସ ରହିଥିଲା । ବ୍ୟବସାୟୀଙ୍କ ବିରୋଧରେ ଶିବପାଲ ଏଫଆଇଆର ରୁଜୁ କରିଥିଲେ ।

Comments are closed.