Latest Odisha News

BREAKING NEWS

ନିର୍ବାଚନ ଲଢ଼ିବେ ଶିବରାଜ ସିଂ ଚୌହାନ; ପ୍ରଜ୍ଞା ସିଂହ ଠାକୁରଙ୍କୁ ମିଳିଲାନି ଟିକେଟ

ନୂଆଦିଲ୍ଲୀ:  ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ୨୦୨୪ ପାଇଁ  ତାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୧୯୫ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ପ୍ରକାଶିତ ହୋଇଥିବା ପ୍ରଥମ ତାଲିକାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ ରହିଛି । ତେବେ ଆଗାମୀ ନିର୍ବାଚନରେ ଦଳ କିଛି ସାଂସଦଙ୍କୁ ଟିକେଟ୍ ନ ଦେବାକୁ ନିଷ୍ପତ୍ତି ନେଇଛି । ଯଦି ଆମେ ଆଲୋଚନା କରିବା ମଧ୍ୟପ୍ରଦେଶର,  ରାଜ୍ୟର  ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଦଳ ଟିକେଟ୍ ଦେଇଛି । ସେ ବିଦିଶା ସଂସଦୀୟ କ୍ଷେତ୍ର ଆସନରୁ ନିର୍ବାଚନ ଲଢ଼ିବେ। ଏଥିସହ ଭୋପାଳ ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ଏଥର ଦଳ ତାଙ୍କୁ ପ୍ରାର୍ଥୀ କରିନାହିଁ । ତାଙ୍କୁ ଟିକେଟ୍ ମିଳିନାହିଁ ।

ସୂଚନାଯୋଗ୍ୟ, ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ବ୍ୟତୀତ ଅନ୍ୟ ପାଞ୍ଚ ଜଣ ସାଂସଦଙ୍କୁ ଟିକେଟ୍  ଦିଆଯାଇ ନାହିଁ । ଦଳ ଗୁନାରୁ କେପି ସିଂ ଯାଦବଙ୍କ ସ୍ଥାନରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟିକେଟ୍ ଦେଇଛି। ସେହପିରି ସାଗର ସାଂସଦ ରାଜବାହାଦୁର ସିଂଙ୍କ ସ୍ଥାନରେ ପୂର୍ବତନ ମହିଳା ଆୟୋଗର ଅଧ୍ୟକ୍ଷ ଲତା ୱାନକେଡେଙ୍କୁ ପ୍ରାର୍ଥୀ କରିଛି । ରତଲାମ-ଝାବୁଆରୁ ଜିଏମ୍ ଡାମରାଙ୍କ ସ୍ଥାନ ଅନୀତା ନାଗର ସିଂ ଚୌହାନ୍  ନେଇଛନ୍ତି । ସେହିପରି ଗ୍ୱାଲିୟରରେ ପୂର୍ବତନ ମନ୍ତ୍ରୀ  ଭାରତ ସିଂ କୁଶୱାଙ୍କୁ ଟିକେଟ୍ ମିଳିଛି । ହେଲେ ବିବେକ ଶେଜୱାଲକରଙ୍କୁ ଟିକେଟ୍ ମିଳିନାହିଁ ।

ବର୍ତ୍ତମାନ ସାଂସଦ ଥିବା ୧୩ ଜଣଙ୍କୁ ପୁଣି ଥରେ ଦଳ ପ୍ରାର୍ଥୀ କରିଛି । ସେମାନେ ପୁଣି ଥରେ ନିଜ ଆସନରୁ ନିର୍ବାଚନ ଲଢ଼ିବେ । ସେମାନଙ୍କ ମଧ୍ୟରୁ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ତିନିଥର ସାଂସଦ ବୀରେନ୍ଦ୍ର କୁମାର ଅଛନ୍ତି । ସେ ଟିକମଗଢ଼ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ ବରିଷ୍ଠ ସାଂସଦ ବୀରେନ୍ଦ୍ର କୁମାର ଖତିକ ଅଷ୍ଟମ ଥର ପାଇଁ ଲୋକସଭା ନିର୍ବାଚନ ଟିକେଟ୍ ପାଇଛନ୍ତି ।  ରାଜ୍ୟ  ବିଜେପି ମୁଖ୍ୟ ବିଡି ଶର୍ମା  ଖଜୁରାହୋରୁ ନିର୍ବାଚନ ଲଢ଼ିବେ ।  ହିମାଦ୍ରୀ ସିଂ ଶହଡେଲ, ଗଣେଶ ସିଂ ସତନାରୁ ଏବଂ ଛଅ ଥର ସାଂସଦ ଥିବା ଫଜଗାନ ସିଂ କୁଲସ୍ତେରୁ ନିର୍ବାଚନ ଲଢ଼ିବେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଟିକେଟ୍ ମିଳିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି,‘‘ମୁଁ କେନ୍ଦ୍ରୀୟ ନେତୃତ୍ୱକୁ କୃତଜ୍ଞ ଜଣାଉଛି ।  ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ମୁଖ୍ୟ ଜେପି ନାଡା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ବିଦିଶା ଲୋକଙ୍କ ସହ ଅତି ନିକଟତର, ଆମ ପରିବାର ପରି । ବିଦିଶାର ରୋଡମ୍ୟାପ୍ ପ୍ରସ୍ତୁତ ଅଛି । ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରେ ବିଜେପି ଜିତିବ ।’’

Leave A Reply

Your email address will not be published.