Latest Odisha News

ମ୍ୟାଚ ଫିକ୍ସିଂ ନେଇ ବିବିଏଲରୁ ବିଦା ହେଲେ କି ଶୋଏବ?

କରାଚୀ: ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକ ବାଂଲାଦେଶ ପ୍ରିମିୟର ଲିଗରୁ ହଠାତ ବିଦା ହୋଇଛନ୍ତି । ଫର୍ଚୁନ ୱାରିଶାଲ ଟିମ ତାଙ୍କ କଂଟ୍ରାକ୍ଟ ଶେଷ କରିଛି । ଶୋଏବ ମ୍ୟାଚ ଫିକ୍ସିଂରେ ଜଡିତ ଥିବା ଯୋଗୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଅନୁମାନ କରାଯାଇଛି । ଜାନୁୟାରୀରେ ୨୨ରେ ଏକ ମ୍ୟାଚ ସେ ଗୋଟିଏ ମ୍ୟାଚରେ କ୍ରମାଗତ ୩ଟି ବଲରେ ୩ଟି ନୋ ବଲ ପକାଇଥିଲେ । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଅବଶ୍ୟ ଶୋଏବ ଏହି ଖବରକୁ ଖଣ୍ଡନ କରିଛନ୍ତି । ମ୍ୟାଚ ଫିକ୍ସିଂ ସହ ଏହି ଘଟଣାର କୌଣସି ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଟିମ ଅଧିନାୟକ ତାମିମ ଇକବାଲଙ୍କ ସହ ଆଲୋଚନା କରିବା ପରେ ଟିମରୁ ଓହରିବା ପାଇଁ ନିଷ୍ପତି ନେଇଥିଲି ।

ଦୁବାଇରେ ପୂର୍ବ ନିର୍ଦ୍ଧାରିତ ମିଡିଆ ଇଭେଂଟ ପାଇଁ ମୋତେ ବାଂଲାଦେଶ ଛାଡିବା ଜରୁରୀ ଥିଲା । ଆଗକୁ ମୁଁ ଫର୍ଚୁନ ୱାରିଶାଲ ଟିମକୁ ସମର୍ଥନ କରିବା ପାଇଁ ଉପଲବ୍ଧ ହେବି ବୋଲି ଶୋଏବ କହିଛନ୍ତି । ମଲିକଙ୍କ ସ୍ଥାନରେ ଅହମ୍ମଦ ଶେହଜାଦଙ୍କୁ ଟିମରେ ସାମିଲ କରାଯାଇଛି । ସୂଚନାଯୋଗ୍ୟ, ଶୋଏବ ନିକଟରେ ତୃତୀୟ ବିବାହ କରିଥିଲେ । ଏଥିସହ ଭାରତର ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ସହ ତାଙ୍କର ବୈବାହିକ ସମ୍ପର୍କ ଚ୍ଛିନ୍ନ ହୋଇଛି । ଖୁଲା ପ୍ରଥା ଅନୁସାରେ ସେ ଶୋଏବଙ୍କଠାରୁ ଅଲଗା ହୋଇଥିଲେ ।

Comments are closed.