Latest Odisha News

BREAKING NEWS

ଯାଜପୁର ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼, ସଠିକ୍ ତଦନ୍ତ ପାଇଁ ଦାବି

ଯାଜପୁର: ଯାଜପୁର ଜିଲ୍ଲା ଗଣପତି ପାଟଣା ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଭିନ୍ନ ମୋଡ଼ । ଆତ୍ମହତ୍ୟା ପଛରେ ରହିଛି ତ୍ରିକୋଣୀୟ ପ୍ରେମ କାହାଣୀ । ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମୀ ଯୁଗଳ ଛାଡ଼ି ଯାଇଛନ୍ତି ପ୍ରମାଣ । ଏଥିରେ ତୃତୀୟ ବ୍ୟକ୍ତିଙ୍କ ହାତ ଥିବା ଘଟଣା ସାମ୍ନାକୁ ଆସିଛି । ଆତ୍ମହତ୍ୟା ପଛରେ ପ୍ରଦୀପ ଦାସ ଓରଫ୍ ପିଣ୍ଟୁ ଦାୟୀ ଥିବା ଅଡ଼ିଓ ରେକର୍ଡ଼ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

ଆତ୍ମହତ୍ୟା କରିବା ପୂର୍ବରୁ ଉଭୟ ଭଏସ ମେସେଜରେ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଥିବା ପ୍ରଦୀପ ଦାସଙ୍କୁ ଦଣ୍ଡ ମିଳୁ ବୋଲି କହିଥିଲେ । ପ୍ରଦୀପ ସବୁବେଳେ ପ୍ରେମୀ ଯୁଗଳଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ଉଭୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ । ପ୍ରଦୀପଙ୍କୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପୀଡ଼ିତଙ୍କ ପରିବାର ।

ସୂଚନା ଅନୁସାରେ, ଉଭୟ ପ୍ରତାପ ଓ ଲିପିକାଙ୍କ ମଧ୍ୟରେ ଦୀର୍ଘଦିନ ହେଲା ପ୍ରେମ ସମ୍ପର୍କ ରହିଥିଲା । ଜାତିଗତ ପାର୍ଥକ୍ୟ ଯୋଗୁଁ ସମ୍ପର୍କ ଆଗକୁ ବଢ଼ାଇବାକୁ ଚାହୁଁନଥିଲେ ଉଭୟ ପରିବାର ।ହେଲେ ଉଭୟଙ୍କ ମଧ୍ୟରେ ଲିପିକାଙ୍କ ସମ୍ପର୍କୀୟ ଭାଇ ପ୍ରଦୀପ ବିଭିନ୍ନ ସମୟରେ ବ୍ଲାକ ମେଲିଂ କରୁଥିବା ଅଭିଯୋଗ ହୋଇଛି । ହେଲେ ଏକଥାକୁ ବିଶ୍ୱାସ କରିନଥିଲେ ଲିପିକାଙ୍କ ପରିବାର ଲୋକେ । ଶେଷରେ ବାଧ୍ୟ ହୋଇ ପ୍ରତାପ ଓ ଲିପିକା ଘରୁ ପଳାଇ ଆତ୍ମହତ୍ୟା କରିଥିଲେ ।

ଘଟଣାପରଠାରୁ ପ୍ରଦୀପ ଫେରାର ଅଛନ୍ତି । ଏପଟେ ପ୍ରଦୀପଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ ଲିପିକା ଓ ପ୍ରଦୀପଙ୍କ ପରିବାର ଲୋକେ । ସେପଟେ ମଙ୍ଗଳପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପୋଲିସ ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.