Latest Odisha News

ଆଶ୍ଚର୍ଯ୍ୟ: ୧୨ ବର୍ଷ ପରେ ମହିଳାଙ୍କ ପେଟରୁ ବାହାରିଲା କଇଁଚି

ଗ୍ୟାଙ୍ଗଟୋକ: ଡାକ୍ତରଙ୍କ ଅବହେଳା । ପେଟରେ ରହିଗଲା କଇଁଚି । ୧୨ ବର୍ଷପରେ ଅପରେସନ କରିବାରୁ ପେଟରେ କଇଁଚି ଥିବା ଜଣାପଡିଲା । ସିକ୍କିମରୁ ସାମ୍ନାକୁ ଆସିଛି ଏପରି ଏକ ଘଟଣା । ଜଣେ ମହିଳାଙ୍କ ପେଟ ଅପରେସନ୍ ହେବା ପରେ ପେଟରୁ କଇଁଚି ବାହାରିଥିବା ଦେଖିବାକୁ ମିଳିଛି ।

ଅଭିଯୋଗ ଅନୁସାରେ ୧୨ ବର୍ଷ ପୂର୍ବରୁ ଜଣେ ମହିଳାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଅନେକ ପରିକ୍ଷା ପରେ ତାଙ୍କ ପେଟରେ ଆପେଣ୍ଡିକ୍ସ ହୋଇଥିବା ଜଣା ପଡିଥିଲେ । ୨୦୧୨ରେ ସେ ଗ୍ୟାଙ୍ଗଟୋକର ସାର୍ ଥଣ୍ଟୋବ ନାମଗ୍ୟାଲ ମେମୋରିଆଲ ହସ୍ପିଟାଲରେ ଆପେଣ୍ଡିକ୍ସ ଅପରେଶନ କରିଥିଲେ । କିନ୍ତୁ ଡାକ୍ତରଙ୍କ ଅବହେଳା କାରଣରୁ ଅପରେଶନ ସମୟରେ ମହିଳାଙ୍କ ପେଟରେ କଇଁଚି ରହିଯାଇଥିଲା । ଏହାପରେ ମହିଳା ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମାତ୍ର କିଛି ଦିନର ଅନ୍ତରାଳରେ ମହିଳା ଜଣଙ୍କ ପୁଣି ପେଟରେ ଭୀଷଣ ଯନ୍ତ୍ରଣା ପାଇଲେ ।

ପ୍ରାୟ ୧୨ ବର୍ଷ ହେବ ଏପରି ଯନ୍ତ୍ରଣା ପାଉଥିଲେ ମହିଳା ଜଣଙ୍କ । ଅନେକ ଡାକ୍ତର ଦେଖାଇବା ପରେ ମଧ୍ୟ କୌଣସି ଉପଶମ ପାଇନଥିଲେ । ଶେଷରେ ଗତ ଅକ୍ଟୋବର ୮ ତାରିଖରେ ମହିଳା ଜଣଙ୍କ ପୁଣି ଥରେ ସାର୍ ଥଣ୍ଟୋବ ନାମଗ୍ୟାଲ ମେମୋରିଆଲ ହସ୍ପିଟାଲକୁ ଆସି ଡାକ୍ତର ପରାମର୍ଶ କରିଥିଲେ । ଏକ୍ସରେ ରିପୋର୍ଟରେ ଯାହା ଜଣା ପଡିଲା ତାହା ଦେଖି ମହିଳାଙ୍କ ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ମହିଳାଙ୍କ ପେଟରେ ଏକ କଇଁଚି ଥିବା ଦେଖିବାକୁ ମିଳିଥିଲା । ପେଟରେ କଇଁଚି ଦେଖି ମେଡିକାଲ ଟିମ୍ ପୁଣି ଥରେ ଅସ୍ତ୍ରୋପଚାର କରିବା କରି ପେଟରୁ କଇଁଚି ବାହାର କରିଥିଲେ । ଏବେ ମହିଳାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ଏବେ ମେଡିକାଲ କତ୍ତୃପକ୍ଷ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.