Latest Odisha News

ଜାତୀୟ ଶୁଟିଂ ଚୟନରେ ଶ୍ରୀୟଙ୍କାଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ: ଓଡିଶାର ଷ୍ଟାର ଶୁଟର ଶ୍ରୀୟଙ୍କା ଷଡଙ୍ଗୀ ଜାତୀୟ ଚୟନ ଶିବିରରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ମହିଳା ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ ଟ୍ରାଏଲ ୬ରେ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ନୂଆଦିଲ୍ଲୀର କରନି ସିଂ ଶୁଟିଂ ରେଂଜରେ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ ଇଣ୍ଡିଆ ପକ୍ଷରୁ ଏହା ଆୟୋଜିତ କରାଯାଉଛି । ଶ୍ରୀୟଙ୍କା ୪୬୩.୮ ପଂଏଟ ସ୍କୋର କରି ପ୍ରଥମ ସ୍ଥାନରେ ରହିଥିଲେ । ରେଲୱେର ଆୟୂଷୀ ପୋଦ୍ଦାର ଓ କେରଳର ଭିଦର୍ସ କେ ଭିନୋଦ ଯଥାକ୍ରମେ ୪୫୬.୪ ଓ ୪୪୫.୪ ସ୍କୋର କରି ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ପୂର୍ବରୁ କ୍ୱାଲିଫାଇଂ ଷ୍ଟେଜରେ ମଧ୍ୟ ଶ୍ରୀୟଙ୍କା ପ୍ରଥମ ସ୍ଥାନରେ ରହିଥିଲେ । ସେ ନିଲିଂ ଓ ପ୍ରୋନରେ ୧୯୭ ଲେଖାଏଁ ପଂଏଟ ଏବଂ ଷ୍ଟାଣ୍ଡିଂରେ ୧୯୫ ପଂଏଟ ହାସଲ କରିଥିଲେ । ସମ୍ବଲପୁରର ଶ୍ରୀୟଙ୍କା ୫୦ ମିଟର ରାଇଫଲ ଥ୍ରୀ ପୋଜିଶନର ଟ୍ରାଏଲ ୫ରେ ତୃତୀୟ ସ୍ଥାନ ହାସଲ କରିଥିଲେ । ବିଦର୍ଷ କେ ଓ ମାନୀନି କୌଶିକ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଥିଲେ । କିଟ ୟୁନିଭର୍ସଟିରେ ପିଏଚଡି କରୁଥିବା ଶ୍ରୀୟଙ୍କା ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବରରେ ହେବାକୁ ଥିବା ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

Comments are closed.