Latest Odisha News

BREAKING NEWS

ଯୁକ୍ତରାଷ୍ଟ୍ର ଆମେରିକାର ଏକ ମଲ୍ ରେ ଗୁଳିକାଣ୍ଡ; ୮ ଆହାତ

ୱାୱଟୋସା: ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ମିଲ୍‌ଓ୍ଵାକି ଉପନଗରରେ ଥିବା ଏକ ମଲ୍‌ରେ ଶୁକ୍ରବାର ଦିନ ଘଟିଛି ଗୁଳିକାଣ୍ଡ। ଏଥିରେ ପାଖାପାଖି ଆଠଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଅନ୍ୟପଟେ ଗୁଳି ଚାଳନା କରିଥିବା ବନ୍ଧୁକଧାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା କଥା ସ୍ଥାନୀୟ ପୁଲିସ ସୂଚନା ଦେଇଛି।।

ଶୁକ୍ରବାର ଅପରାହ୍ନ ୨:୫୦ରେ ମେ’ ଫେୟାର୍‌ ମଲ୍‌ରେ ଘଟିଥିବା ଏହି ଗୁଳିକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ ଜଣାପଡିନଥିଲେ ମଧ୍ୟ ସାତଜଣ ପ୍ରାପ୍ତବୟସ୍କ ଏବଂ ଜଣେ କିଶୋର ଏଥିରେ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା। ଏମାନେ ସମସ୍ତେ ସମସ୍ତେ ଜୀବିତ ଥିବା କଥା ସେ ଜଣାଇଛନ୍ତି।

ଆହତମାନଙ୍କ ବୟାନକୁ ଆଧାର କରି ୨୦ରୁ ୩୦ ବର୍ଷ ବୟସ୍କ ଗୁଳି ଚାଳନା କରିଥିବା ସେହି ଵ୍ୟକ୍ତିକୁ ପୁଲିସ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଥିବା କହିଛି।

ୱାୱଟୋସା ମେୟର୍‌ ଡେନିସ୍‌ ମ୍ୟାକ୍‌ବ୍ରାଇଡ୍‌ ଏକ ବିବୃତିରେ କହିଛନ୍ତି ଯେ, ମେ’ ଫେୟାର୍‌ ମଲ୍‌ରେ ଗୁଳି ଚଳାଇବା ପରେ ସନ୍ଦିଗ୍ଧ ଫେରାର ହୋଇଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସେମାନେ ଆଠରୁ ବାରଟି ଗୁଳି ଫୁଟିଥିବା ଶବ୍ଦ ଶୁଣିଛନ୍ତି।

Comments are closed.