Latest Odisha News

ଉଲ୍ଲଙ୍ଘନକାରୀଙ୍କ ଉପରେ ବିଏମସିର ନଜର, ସିଲ୍ ହେଲା ପଲିଥିନ୍ ଦୋକାନ

ଭୁବନେଶ୍ବର : ରାଜଧାନୀର ୧ ନମ୍ବର ହାଟରେ ବିଏମସି ସ୍କ୍ବାଡର ଚଢ଼ାଉ । ପଲିଥିନ୍ କ୍ୟାରିବ୍ୟାଗ୍ ବିକ୍ରି କରୁଥିବା କିଛି ଦୋକାନ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ । ନିୟମକୁ ବେଖାତିର କରି ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍ ଦ୍ରବ୍ୟ, ପଲିଥିନ୍ କ୍ୟାରିବ୍ୟାଗ୍ ବ୍ୟବସାୟ ପ୍ରତିଷ୍ଠାନ ଦେଖିବାକୁ ମିଳିଛି । ଚଢ଼ାଉ ବେଳେ ଗୋଟିଏ ଦୋକାନରୁ ଦୁଇ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ, ଅନ୍ୟ ଦୁଇଟି ବ୍ୟବସାୟ ପ୍ରତିଷ୍ଠାନ ଧାର୍ଯ୍ୟ ଜରିମାନା ନଦେବାରୁ ସେମାନଙ୍କ ଦୋକାନକୁ ସିଲ୍ କରିଛି ବିଏମସି ।

ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୪୦ ପ୍ୟାକେଟ୍ ୨୫ କେଜିଆ ପ୍ଲାଷ୍ଟିକ୍ ପଲିଥିନ୍ ବ୍ୟାଗ୍, ଥର୍ମୋକୁଲ୍ ଗ୍ଲାସ୍, ଗିନା, ଓ ୧୦ ପ୍ୟାକେଟ୍ ପ୍ଲାଷ୍ଟିକ ଚାମଚ ଅଛି । ଚଢ଼ାଉ ବେଳେ ଦେଢ଼ ଟନ୍ ସାମଗ୍ରୀ ଜବତ କରାଯିବାରେ ଏହା ପ୍ରଥମ । ପୂର୍ବରୁ ଅନେକ ଦୋକାନରୁ କମ୍ ପରିମାଣର ପଲିଥିନ୍ ଓ ପ୍ଲାଷ୍ଟିକ୍ ସାମଗ୍ରୀ ଜବତ ହୋଇଥିବା ବେଳେ, ୧ ନମ୍ବର ହାଟରୁ ଦେଢ଼ ଟନର ବେଆଇନ ପ୍ଲାଷ୍ଟିକ ଓ ପଲିଥିନ୍ ସାମଗ୍ରୀ ଜବତ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

Comments are closed.