Latest Odisha News

BREAKING NEWS

ଆନ୍ଧ୍ରରୁ ବାହାରି ଓଡିଶା ପହଞ୍ଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

ରାୟଗଡା: ପାଖାପାଖି ୨୦୨ ଜଣ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଶନିବାର ବିଳମ୍ବିତ ରାତିରେ ରାୟଗଡା ରେଳ ଷ୍ଟେସନରେ ପହଞ୍ଚିଛି।

ଏହି ଟ୍ରେନଟି ପ୍ରବସୀଙ୍କୁ ନେଇ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଆସିଛି। ଏଥିରେ ମୁଖ୍ୟତ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଲୋକ ରହିଥିବା ସୂଚନା ମିଳିଛି ।

ଏହି ପ୍ରବାସୀ ମାନଙ୍କୁ ନିଜ ନିଜ ଜିଲ୍ଲାକୁ ନେବା ପାଇଁ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା କରାଯାଇଥିଲା ।

ପ୍ରବାସୀମାନଙ୍କୁ ସୁରକ୍ଷିତ ଭାବେ କ୍ଵରେଣ୍ଟାଇନ ସେଣ୍ଟରରେ ପହଞ୍ଚାଇବା ନିମନ୍ତେ ରେଳ ଷ୍ଟେସନ ଓ ଏହାର ଆଖପାଖ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା ।

Leave A Reply

Your email address will not be published.