Latest Odisha News

BREAKING NEWS

ଭକ୍ତଙ୍କୁ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଛାଡିବାକୁ ଦାବି

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ ପ୍ରଦର୍ଶନ । ମାର୍ଚ୍ଚ ୨୦ ରୁ କରୋନା ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ବହୁ ଦୂରରୁ ବ୍ୟାରିକେଡ ବାହାରୁ ପତିତପାବନଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି । ଅନ୍ତତଃ ଶ୍ରୀମନ୍ଦିର ନଖୋଲିବା ଯାଏଁ ଭକ୍ତଙ୍କୁ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଛାଡିବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି ।

ଦୁଇଦିନ ମଧ୍ୟରେ ଭକ୍ତଙ୍କୁ ଏହି ସୁବିଧା ପ୍ରଦାନ କରାନଗଲେ ଭକ୍ତ ବାଧ୍ୟ ହୋଇ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଯିବେ ଓ ଆବଶ୍ୟକ ପଡିଲେ ପୁରୀ ବନ୍ଦ କରାଯିବ ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାସହ ଭକ୍ତଙ୍କ ପାଇଁ ନାଗାର୍ଜୁନ ବେଶ ଦର୍ଶନର ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି।

Leave A Reply

Your email address will not be published.