Latest Odisha News

BREAKING NEWS

୬ ବର୍ଷ ପରେ ଖୁସି ଖବର ଶୁଣାଇଲେ ଶ୍ରେୟା

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ ୬ ବର୍ଷ ପରେ ଖୁସି ଖବର ଶୁଣାଇବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ସେ ବେବିବମ୍ପ ସହ ଫଟୋ ଶେୟାର କରି ଗର୍ଭବତୀ ଥିବା ଜଣାଇଛନ୍ତି । ଏପରି କି ସେ ନିଜର ଛୁଆର ନାମ ମଧ୍ୟ ଘୋଷଣା କରିଛନ୍ତି । ୩୬ ବର୍ଷୀୟ ଶ୍ରେୟା ଓ ଶିଳାଦିତ୍ୟ ମୁଖୋପଧ୍ୟାୟ ୫ ଫେବୃୟାରୀ ୨୦୧୫ରେ ବିବାହ କରିଥିଲେ ।

ଶ୍ରେୟା ଲେଖିଛନ୍ତି ବେବି ଶ୍ରେୟାଦିତ୍ୟ ରାସ୍ତାରେ ଅଛନ୍ତି । ଖୁବ୍ ଶୀଘ୍ର ସେ ଆମ ନିକଟକୁ ଆସିବେ । ମୋ ଜୀବନର ଦ୍ୱିତୀୟ ଓ ଦାୟିତ୍ୱପୂର୍ଣ୍ଣ ଅଧ୍ୟାୟ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ବୋଲି ଶ୍ରେୟା କହିଛନ୍ତି । ଦେବଦାସ ଫିଲ୍ମ ମାଧ୍ୟମରେ ଶ୍ରେୟା ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଥିଲେ ।

Leave A Reply

Your email address will not be published.