ଭୁବନେଶ୍ୱର: ୧୯ ବର୍ଷରୁ କମ କୁଚ ବେହାର ଟ୍ରଫି କ୍ରିକେଟ ପାଇଁ ଓଡିଶା ଦଳର ଘୋଷଣା କରାଯାଇଛି । ଘୋଷିତ ୧୮ ଜଣିଆର ଦଳର ନେତୃତ୍ୱ ଶ୍ରେୟାଂଶ ଭରଦ୍ୱାଜ ନେବେ । ଓସିଏ ଚୟନ କମିଟି ଏବଂ ମୂଖ୍ୟ କୋଚ ପ୍ରଭଞ୍ଜନ ମଲିକ ରବିବାର ଦଳ ଘୋଷଣା କରିଥିଲେ । ଓଡିଶା ତାର ପ୍ରଥମ ମ୍ୟାଚ ଦିଲ୍ଲୀରେ ନଭେମ୍ବର ୬ରୁ ଖେଳିବ । ଓଡିଶା ସମେତ ବରୋଦା, କର୍ଣ୍ଣାଟକ ଓ ଚଣ୍ଡୀଗଡ ଗୋଟିଏ ଗ୍ରୁପରେ ରହିଛନ୍ତି ।
ଓଡିଶା ଦଳ: ଶ୍ରେୟାଂଶ ଭରଦ୍ୱାଜ(ଅଧିନାୟକ), ଆୟୂଷ ସୂତାର, ପ୍ରାୟନ ପ୍ରନ୍ତିକ ସାମଲ, ଶ୍ରୀୟାଂଶୁ ପଟ୍ଟନାୟକ, ସମ୍ବିତ କୁମାର ବେଜ, ବିଶ୍ୱଜିତ ପ୍ରଧାନ, ପାଙ୍କଳ ମୋକ୍ଷିତ, ଅନୁରାଗ ମଲିକ, ପୀୟୂଷ ପାଣିଗ୍ରାହୀ, ପୀୟୂଷ ମନ୍ତ୍ରୀ, ସୟେଦ ତୁଫାୟଲ ଅହମ୍ମଦ, ସୌଭାଗ୍ୟ ଓଝା, ଅଭିଷେକ ସିଂ, ପ୍ରୀୟାଂଶୁ ମହାନ୍ତି, ଶିବୁନ ନନ୍ଦ, କ୍ରିଷ୍ଣା ମହାନ୍ତି, ରୁଦ୍ର ପ୍ରସାଦ ମଲ୍ଲିକ, ସାର୍ଥକ ସ୍ୱୟମ ପ୍ରକାଶ ।
କାର୍ଯ୍ୟସୂଚୀ
ନଭେମ୍ବର ୬ରୁ ୯: ଦିଲ୍ଲୀ ବନାମ ଓଡିଶା( ନୂଆଦିଲ୍ଲୀ) । ନଭେମ୍ବର ୧୩ରୁ ୧୬: ଓଡିଶା ବନାମ ମେଘାଳୟ (ବରଗଡ) ।
ନଭେମ୍ବର ୨୦ରୁ ୨୩: ଓଡିଶା ବନାମ ବରୋଦା(ବଲାଙ୍ଗୀର) । ନଭେମ୍ବର ୨୮ରୁ ଡିସେମ୍ବର ୧: କର୍ଣ୍ଣାଟକ ବନାମ ଓଡିଶା(ମହୀଶୂର) ।
ଡିସେମ୍ବର ୬ରୁ ୯: ଓଡିଶା ବନାମ ଚଣ୍ଡୀଗଡ(ସମ୍ବଲପୁର) ।
Comments are closed.