Latest Odisha News

BREAKING NEWS

ଶ୍ରେୟାଶ ଫିଟ, ଖେଳିବେ ପ୍ରଥମ ଦିନିକିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ନ୍ୟୁଜିଲାଣ୍ଡ ବିପକ୍ଷ ଦିିନିକିଆ ସିରିଜ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଛନ୍ତି । ବୁଧବାର ବିସିସିଆଇର ସେଂଟର ଅଫ ଏକ୍ସିଲେନ୍ସିରୁ ତାଙ୍କୁ ପଜିଟିଭ ରିପୋର୍ଟ ସହ ଛୁଟି ଦିଆଯାଇଛି । ସିଓଇର ମୂଖ୍ୟ ଭିଭିଏସ ଲକ୍ଷ୍ମଣ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ଇମେଲ କରି ୩୧ ବର୍ଷୀୟ ଶ୍ରେୟାଶ ସମ୍ପୂର୍ଣ୍ଣ ଫିଟ ଥିବା ବିଧିବଦ୍ଧ ଭାବେ ଜଣାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିିନିକିଆରେ ସେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି ।

ମୁମ୍ବାଇ ପକ୍ଷରୁ ଖେଳୁଥିବା ବିଜୟ ହଜାରେ ଟ୍ରଫିରେ ସେ ହିମାଚଳ ପ୍ରଦେଶ ବିପକ୍ଷରେ ୮୨ ରନର ଇନିଂସ ଖେଳି ଫିଟନେସ ସାବ୍ୟସ୍ତ କରିଥିଲେ । ଜାନୁୟାରୀ ୧୧ରେ ପ୍ରଥମ ଦିିନିକିଆ ବରୋଦାରେ ଖେଳାଯିବ । ସେହିପରି ବାକି ୨ଟି ମ୍ୟାଚ ଯଥାକ୍ରମେ ୧୪ ଓ ୧୮ରେ ରାଜକୋଟ ଏବଂ ଇନ୍ଦୋରରେ ଆୟୋଜିତ ହେବ । ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଶ୍ରେୟାଶ ଆଘାତପ୍ରାପ୍ତ ହୋଇଥିଲେ । ଏହି ଆଘାତରୁ ତାଙ୍କୁ ମିଳୁଳିବା ପାଇଁ ୩ ମାସ ସମୟ ଲାଗିଥିଲା ।

Leave A Reply

Your email address will not be published.