ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ଶ୍ରେୟାଶ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିିନିକିଆ ମ୍ୟାଚରେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ଏବେ ସେ ଅଷ୍ଟ୍ରେଲିଆରେ ଚିକିତ୍ସାଧୀନ ଅଛନ୍ତି । ଶ୍ରେୟାଶ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ମୁଁ ସୁସ୍ଥ ହେଉଛି । ଏହାର ମାନେ ଏବେ ବି ସମ୍ପୂର୍ଣ୍ଣ ଭାବେ ଠିକ ହୋଇନି । ପ୍ରତ୍ୟେକ ଦିନ ମୋ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି । ଆପଣମାନେ ଯେଉଁ ସ୍ନେହ ଶ୍ରଦ୍ଧା ଦେଖାଇଛନ୍ତି ସେଥିପାଇଁ ଧନ୍ୟବାଦ । ସେ ଅତି କମରେ ୨ ମାସ କ୍ରିକେଟଠରୁ ଦୂରରେ ରହିବେ ବୋଲି ଅନୁମାନ କରାଯାଉଛି । ସେହିପରି ସେ ଡାକ୍ତରଖାନାରେ କେତେ ଦିନ ରହିବେ ତାହା ମଧ୍ୟ ସ୍ପଷ୍ଟ ହୋଇନି । ସମ୍ପୂର୍ଣ୍ଣ ସୁସ୍ଥ ହେଲେ ସେ ସିଡନୀରୁ ଆସିବେ ବୋଲି ଜଣାପଡିଛି ।
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆର ୩୪ତମ ଓଭରରେ ଶ୍ରେୟାଶ ଏକ କଷ୍ଟ କ୍ୟାଚ ନେବା ବେଳେ ଆଘାତପ୍ରାପ୍ତ ହୋଇଥିଲେ । ପ୍ରାରମ୍ଭିକ ଚେକଅପ ପରେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେ ୩ ଦିନ ଆଇସିୟୁରେ ରହିବା ପରେ ଏବେ ବାହାରକୁ ଆସିଛନ୍ତି । ଇଂଟରନାଲ ବ୍ଲିଡିଂ ଯୋଗୁ ସେ ଗୁରୁତର ହୋଇ ପଡିଥିଲେ । ଠିକ ସମୟରେ ତାଙ୍କୁ ଡାକ୍ତରଖାନା ପଠାଯିବାରୁ ସେ ବିପଦମୁକ୍ତ ହୋଇଛନ୍ତି ।
Comments are closed.