ମୁମ୍ବାଇ: ଏସିଆ କପ କ୍ରିକେଟ ପାଇଁ ଭାରତୀୟ ଦଳର ଘୋଷଣା ସରିଛି । ଏଥିରେ ଶ୍ରେୟାଶ ଆୟାରଙ୍କୁ ସ୍ଥାନ ନ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଇତି ମଧ୍ୟରେ ଶେୟାଶଙ୍କୁ ଆଉ ଏକ ଝଟକା ଲାଗିଛି । ମୁମ୍ବାଇ ଟିମର ନିୟମିତ ଅଧିନାୟକ ଅଜିଙ୍କ୍ୟ ରାହାଣେ ତାଙ୍କ ପଦରୁ ଓହରି ଯାଇଥିଲେ । ଶ୍ରେୟାଶ ଅଧିନାୟକ ହେବେ ବୋଲି ସମସ୍ତେ ଆଶା କରିଥିଲେ । ରିପୋର୍ଟ ମୁତାବକ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ମୁମ୍ବାଇର ଅଧିନାୟକ ଦାୟିତ୍ୱ ତୁଲାଇବେ । ଦୁଲୀପ ଟ୍ରଫି ୨୦୨୫ରେ ଶ୍ରେୟାଶଙ୍କୁ ପଶ୍ଚିମାଂଚଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ସୟେଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଶ୍ରେୟାଶ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ।
ମୁମ୍ବାଇ ଚୟନକମିଟି କଣ ପାଇଁ ଶ୍ରେୟାଶଙ୍କୁ ଏହି ଦାୟିତ୍ୱ ପ୍ରଦାନ କଲେନି ତାହା ବୁଝା ପଡୁନି । ୨୦୨୪ରେ ଶ୍ରେୟାଶ ବିସିସିଆଇ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡିଥିଲେ । ଏହା ପରେ ସେ ତାଙ୍କ ତ୍ରୁଟି ସୁଧାରି ଘରୋଇ କ୍ରିକେଟ, ଆଇପିଏଲ ଓ ଆନ୍ତର୍ଜାତୀୟ ମ୍ୟାଚରେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଚାମ୍ପିୟନ୍ସ ଟ୍ରଫିରେ ସେ ସର୍ବାଧିକ ରନ ସଂଗ୍ରହ କରି ଭାରତକୁ ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ୨୦୨୫ ଆଇପିଏଲରେ ସେ ୬୦୦ ଊର୍ଦ୍ଧ୍ୱ ସ୍କୋର କରିଥିଲେ । ଶ୍ରେୟାଶ ଆୟାର ବାରମ୍ବାର ଅଣଦେଖା ହେବ ଅନେକ ପ୍ରଶ୍ନ ସଷ୍ଟି କରୁଛି ।
Comments are closed.