Latest Odisha News

BREAKING NEWS

ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦଳକୁ ଫେରି ପାରନ୍ତି ଶ୍ରେୟାଶ ଆୟାର

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ । କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ଯାଇଥିବ । ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଥିବା ନୂଆ କୋଚଙ୍କ ଏହା ପ୍ରଥମ ଦିନିକିଆ ସିରିଜ ହେବ । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଜୁଲାଇରୁ ଖେଳାଯିବ । ଏହି ସିରିଜରେ ଶ୍ରେୟାଶ ଆୟାର ଦଳକୁ ଫେରିବା ସମ୍ଭାବନା ଅଧିକ ରହିଛି । ବିଶୃଙ୍ଖଳିତ ଆଚରଣ ଯୋଗୁ ବିସିସିଆଇ ଶ୍ରେୟାଶ ଆୟାର ଓ ଈଶାନ କିଶାନଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ଦେଇଥିଲା । ସେହିପରି ଜିମ୍ବାୱେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ।

ଏହି ଗସ୍ତରେ ରିଙ୍କୁ ସିଂ, ଶୁଭମନ ଗିଲ, ଆଭେଶ ଖାଁ, ଖଲୀଲ ଅହମ୍ମଦଙ୍କ ପରି ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରାଯିବା ସମ୍ଭାବନା ରହିଛି । ଏହା ବ୍ୟତୀତ ଅଭିଷେକ ଶର୍ମା, ରିୟାନ ପରାଗ, ମୟଙ୍କ ଯାଦବ, ହର୍ଷିତ ରାଣା, ନୀତିଶ ରେଡ୍ଡୀ, ବିଜୟକୁମାର ବିଶାଖା ଓ ୟଶ ଦୟାଲଙ୍କ ପରି ଆଇପିଏଲ ଷ୍ଟାରଙ୍କୁ ମଧ୍ୟ ସୁଯୋଗ ଦିଆଯାଇପାରେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ଯଦି ବ୍ରେକ ନ ନିଅନ୍ତି ସେମାନେ ଅଧିନାୟକ ଓ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.