ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ଆଘାତ ସମସ୍ୟା ଯୋଗୁ ଏବେ କ୍ରିକେଟଠାରୁ ଦୂରେଇ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସେ ଫିଲ୍ଡିଂ କରୁଥିବା ବେଳେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ସେ ଖେଳି ପାରିବେ ନାହିଁ । ରିପୋର୍ଟ ମୁତାବକ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ଅତି କମରେ ୩ ମାସ ସମୟ ଲାଗିବ ।
ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ବ୍ୟତୀତ ୨୦୨୬ ଆଇପିଏଲରେ ମଧ୍ୟ ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚରୁ ଟି୨୦ ବିଶ୍ୱକପ ଆରମ୍ଭ ହେବ । ସେତେବେଳକୁ ଶ୍ରେୟାଶଙ୍କ ସମ୍ପୂର୍ଣ୍ଣ ଫିଟ ହେବା ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି । ଆଘାତପ୍ରାପ୍ତ ହେବା ପରେ ତାଙ୍କୁ ସିଡନୀର ଏକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେ ବିପଦମୁକ୍ତ ହେବା ପରେ ଏବ ମୁମ୍ବାଇ ପ୍ରତ୍ୟାବର୍ତନ କରିଛନ୍ତି । ଏବେ ସେ ରିହ୍ୟାବ କରୁଛନ୍ତି । ନିକଟରେ କରାଯାଇଥିବା ୟୁଏସଜିରେ ତାଙ୍କ ରିପୋର୍ଟ ଭଲ ରହିଛି । ଡାକ୍ତର ତାଙ୍କୁ ପେଟ ଉପରେ ଚାପ ପଡିବା ପରି କୌଣସି କାମ କରିବାକୁ ମନା କରିଛନ୍ତି । ପରବର୍ତର ସ୍କାନ ପରେ ସେ କେବେ ପଡିଆକୁ ଫେରିବେ ତାହା ସ୍ପଷ୍ଟ ହେବ ।
Comments are closed.