Latest Odisha News

BREAKING NEWS

ବ୍ୟାଟରେ ନା ମୁହଁରେ କେଉଁଥିରେ ଅଗରକରଙ୍କୁ ଜବାବ ଦେବେ ଶ୍ରେୟାଶ

ନୂଆଦିଲ୍ଲୀ: ଭାରତର ଯୁବ କ୍ରିକେଟର ଶ୍ରେୟାଶ ଆୟାର ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସର୍ବଦା ଜବାବ ଦେଇ ଆସିଛନ୍ତି । ସେ କହିବା ବଦଳରେ କରିକି ଦେଖାଇଥାନ୍ତି । ବାରମ୍ବାର ତାଙ୍କୁ ଅପମାନିତ କରାଯାଉଥିଲେ ମଧ୍ୟ ସେ ପ୍ରଦର୍ଶନ ମାଧ୍ୟମରେ ମୁହଁ ବନ୍ଦ କରିବାରେ ସଫଳ ହୋଇଛନ୍ତି । ଏବେ ପ୍ରଶ୍ନ ଉଠିଛି ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ସେ କିପରି ଉତର ଦେବେ । ଭଲ ପ୍ରଦର୍ଶନ ସତ୍ୱେ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳି ନାହିଁ । ଶ୍ରେୟାଶ ପୂର୍ବ ପରି ଅପମାନର ବିଷ ପିଇ ଦେଇଛନ୍ତି । ସେ ଏଥର ପୂନର୍ବାର ବ୍ୟାଟ ମାଧ୍ୟମରେ ଉତର ଦେବେ ବୋଲି ଆଶା କରାଯାଉଛି ।

ଆଇପିଏଲରେ ଯେଉଁ ଦିନ କୋଲକାତା ନାଇଟ ରାଇଡର୍ସ ତୃତୀୟ ଟାଇଟଲ ହାସଲର ଖୁସି ମନାଇଥିଲା ସେହି ଦିନ ଅଧିନାୟକ ଶ୍ରେୟାଶଙ୍କୁ ଅଣଦେଖା କରାଯାଇଥିଲା । ପୂର୍ବରୁ ଦଳକୁ ଚାମ୍ପିୟନ କରିବା ସତ୍ୱେ ଶ୍ରେୟାଶଙ୍କୁ ରିଟେନ କରାଯାଇ ନ ଥିଲା । ପଞ୍ଜାବ କିଙ୍ଗସ ତାଙ୍କୁ ଦଳରେ ନେଇ ସମ୍ମାନ ରଖିଥିଲା । ଶ୍ରେୟାଶ ମଧ୍ୟ ପ୍ରଦର୍ଶନ ମାଧ୍ୟମରେ ଦଳକୁ ପ୍ଲେ ଅଫରେ ପ୍ରବେଶ କରି କେକେଆରକୁ କଡା ଜବାବ ଦେଇଛନ୍ତି । ଫେବୃୟାରୀ ୨୦୨୪ ପରେ ଖରାପ ପ୍ରଦର୍ଶନର କାରଣ ଦର୍ଶାଇ ଶ୍ରେୟାଶଙ୍କୁ ଟିମରୁ ବାହାର କରାଯାଇଥିଲା । ପରେ ବିଶୃଙ୍ଖଳିତ ଆଚରଣ ନେଇ ସେଂଟ୍ରାଲ କଂଟ୍ରାକ୍ଟରୁ ମଧ୍ୟ ବାଦ ଦିଆଯାଇଥିଲା ।

ହାର ମାନି ନ ଥିଲେ ଆୟାର ୨୦୨୪ ରଣଜୀ ସିଜନରେ ୯୦ରୁ ଊର୍ଦ୍ଧ୍ୱ ଆଭରେଜ ରନ ସଂଗ୍ରହ କରିଥିଲେ । ସେହିପରି ବିଜୟ ହଜାରେ ଟ୍ରଫିରେ ୩୨୫ ଷ୍ଟ୍ରାଇକ ରେଟରେ ରନ ଏବଂ ସୟେଦ ମୁସ୍ତାକ ଅଲୀରେ ୫୦ରୁ ଊର୍ଦ୍ଧ୍ୱ ଆଭରେଜରେ ରନ ସଂଗ୍ରହ କରି ଇଂଲଣ୍ଡ ଗସ୍ତ ପାଇଁ ନିଜକୁ ବଡ ଦାବୀଦାର ଭାବେ ଉପସ୍ଥାପନ କରିଥିଲେ । ଚୟନ ନ ହେବା ପରେ ସେ ଏବେ ଚୁପ ଅଛନ୍ତି….ସେ ବିଶ୍ୱାସ ରଖିଛନ୍ତି ଆଗକୁ କେବଳ ତାଙ୍କ ବ୍ୟାଟ ହିଁ କଥା କହିବ ।

 

Comments are closed.