Latest Odisha News

BREAKING NEWS

ଆଇସିସି ପୁରୁଷ ପ୍ଲେୟର ଅଫ୍ ଦ ମନ୍ଥ ଆୱାର୍ଡ ହାତେଇଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ଦିନ ଭରତୀୟ ଦଳର ରାଇଟ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କୁ ମାର୍ଚ୍ଚ ମାସ ପାଇଁ ପ୍ଲେୟର ଅଫ୍ ଦ ମନ୍ଥ ଆୱାର୍ଡରେ ପୁରସ୍କୃତ କରିଛନ୍ତି। ଏଥିସହ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ଦମଦାର ପ୍ରଦର୍ଶନକୁ ପ୍ରଶଂସା ମଧ୍ୟ କରାଯାଇଛି।

ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ ସ୍କୋର କରିଥିଲେ ଶ୍ରେୟସ। ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ୨୪୩ ରନ ସ୍କୋର କରିଥିଲେ। ତେବେ ଏଥିରେ  ଦୁଇଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଥିଲା। ଏହି ପୁରସ୍କାର ପାଇଁ ମନୋନୀତ ହେବା ପରେ ଆୟର କହିଥିଲେ ଯେ ମୁଁ ଏଥିପାଇଁ ସମ୍ମାନିତ ଅନୁଭବ କରୁଛି। ଏହା ମୋ ପାଇଁ ଗର୍ବର ବିଷୟ। ଏହି ମୁହୂର୍ତ୍ତକୁ ମୁଁ ସବୁବେଳେ ମନେ ରଖିବି।

ଭାରତୀୟ ଦଳ ନ୍ୟୁଜଲାଣ୍ଡକୁ ହରାଇ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତିଥିଲା। ତେବେ ଏହା ପୂର୍ବରୁ ୨୦୨୪ ମସିହାରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ମଧ୍ୟ ଜିତିଥିଲା। ଏଥିସହିତ ଭାରତ କ୍ରମାଗତ ଦ୍ୱିତୀୟ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିଲା। ଦୁବାଇରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ୩୦ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଦୁଇଟି ଚୌକା ଓ ଦୁଇଟି ଛକା ସାହାଯ୍ୟରେ ୪୮ ରନ୍ କରିଥିଲେ। ଭାରତ ଏହି ମ୍ୟାଚକୁ ଚାରି ୱିକେଟ୍‌ରେ ଜିତିଥିଲା।

ଆୟର ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇ  କହିଥିଲେ ଯେ ଏତେ ବଡ଼ ମଞ୍ଚରେ ଭାରତର ସଫଳତାରେ ଯୋଗଦାନ ଦେବା ପ୍ରତ୍ୟେକ କ୍ରିକେଟରଙ୍କ ସ୍ୱପ୍ନ।  ତାଙ୍କ ଉପରେ ବିଶ୍ବାସ ରଖି ତାଙ୍କୁ ସମର୍ଥନ କରିଥିବାରୁ ସେ ତାଙ୍କ ସାଥୀ ଖେଳାଳି, ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ମଧ୍ୟ ଧନ୍ଯବାଦ ଦେଇଥିଲେ।

 

Comments are closed.