Latest Odisha News

BREAKING NEWS

ଟେଷ୍ଟ କ୍ରିକେଟରୁ ବ୍ରେକ ନେଲେ ଶ୍ରେୟାଶ ଆୟାର

ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାର ଟେଷ୍ଟ କ୍ରିକେଟରୁ ବ୍ରେକ ନେବା ପାଇଁ ବିସିସିଆଇକୁ ପତ୍ର ଲେଖିଛନ୍ତି । ପିଠି ସମସ୍ୟା ଯୋଗୁ ସେ ଏହି ନିଷ୍ପତି ନେଇଛନ୍ତି । ଅଷ୍ଟ୍ରେଲିଆ ଏ ବିପକ୍ଷ ଟେଷ୍ଟରେ ଶ୍ରେୟାଶଙ୍କୁ ଭାରତ ଏ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ସେ ମଙ୍ଗଳବାର ଲକ୍ଷ୍ନୌରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ହଠାତ ଓହରି ଯାଇଥିଲେ । ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ସହ ଆଲୋଚନା କରିବା ପରେ ଶ୍ରେୟାଶ ପତ୍ର ଲେଖି ବିସିସିଆଇକୁ ଜଣାଇଥିଲେ । ଦିନିକିଆ ଓ ଟି୨୦ ଖେଳରେ ଅଧିକରୁ ଅଧିକ ମନୋନିବେଶ କରିବି ବୋଲି ଶ୍ରେୟାଶ କହିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ସେ ଭାରତୀୟ ଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଥିଲା ।

ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ଆୟାରଙ୍କୁ ଏସିଆ କପ ଦଳରେ ସୁଯୋଗ ମିଳି ନ ଥିଲା । ପଞ୍ଜାବ କିଙ୍ଗସ ଅଧିନାୟକ ନିରାଶ ହୋଇଥିଲେ ମଧ୍ୟ ଆଗକୁ ଦଳରେ କିପରି ସ୍ଥାନ ପାଇବେ ସେଥିପାଇଁ ଅଧିକରୁ ଅଧିକ ପରିଶ୍ରମ କରିବେ ବୋଲି କହିଥିଲେ । ବରୋଦା ବିପକ୍ଷ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ମୁକାବିଲାରେ ଶ୍ରେୟାଶ ବସିବା ତାଙ୍କ ଫିଟନେସ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲ । ପରେ ସ୍ପଷ୍ଟ ହୋଇଥିଲା ଯେ, ସେ କ୍ରମାଗତ ୪ଦିନ ପର୍ଯ୍ୟନ୍ତ ଖେଳିପାରିବେ । ଏହା ପରେ ତାଙ୍କ ପିଠି ଯନ୍ତ୍ରଣା ହେଉଥିଲା । ଏବେ ସେ ଦିନିକିଆ ବିଶ୍ୱକପ ଓ ଟି୨୦ ବିଶ୍ୱକପରେ କିପରି ସ୍ଥାନ ପାଇବେ ସେଥିପ୍ରତି ଉଦ୍ୟମ ଆରମ୍ଭ କରିଛନ୍ତି ।

Comments are closed.