Latest Odisha News

BREAKING NEWS

୩ଟି ମ୍ୟାଚ ବଦଳାଇ ଦେଇପାରେ ଶ୍ରେୟାଶଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଉପ ଅଧିନାୟକ ଶ୍ରେୟାଶ ଆୟାର ଟି୨୦ ଟିମରେ ସ୍ଥାନ ହାସଲ କରିପାରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ପ୍ରଥମ ୩ଟି ମ୍ୟାଚ ସେ ଖେଳିବେ । ତିଳକ ବର୍ମା ଆଘାତପ୍ରାପ୍ତ ହେବା ଯୋଗୁ ତାଙ୍କୁ ଏହି ସୁଯୋଗ ମିଳିଛି । ଆଗକୁ ଟି୨୦ ବିଶ୍ୱକପ ଆୟୋଜିତ ହେବାକୁ ଥିବାରୁ ଶ୍ରେୟାଶ ନିଶ୍ଚିତ ଭାବେ ଏହି ସୁଯୋଗକୁ ହାତଛଡା କରିବାକୁ ଚାହିଁବେ ନାହିଁ । ୩ଟି ମୁକାବିଲାରେ ସେ ଯଦି ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରନ୍ତି ତେବେ ବିଶ୍ୱକପ ଖେଳିବାରେ କୌଣସି ଅସୁବିଧା ରହିବ ନାହିଁ । ୨୦୨୪ ବିଶ୍ୱକପ ପରେ ତାଙ୍କୁ ବାଦ ଦିଆଯାଇଥିଲା । ଏହା ପରେ ଆଇପିଏଲର ୨ଟି ସଂସ୍କରଣ ତାଙ୍କୁ ଏକ ଭିନ୍ନ ଖେଳାଳି ଭାବେ ଗଢ଼ି ତୋଳିଥିଲା ।

୨୦୨୪ରେ କୋଲକାତାକୁ ଚାମ୍ପିୟନ କରାଇଥିବା ବେଳେ ୨୦୨୫ରେ ପଞ୍ଜାବକୁ ଫାଇନାଲରେ ପ୍ରବେଶ କରାଇଥିଲେ । ଏବେ ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଛି । ଟି୨୦ ବିଶ୍ୱକପ ପାଇଁ ଭାରତର ଟିମ କମ୍ବିନେଶନ ପ୍ରସ୍ତୁତ ହୋଇ ସାରିଛ । ଏହି ସ୍ଲଟରେ କେବଳ ୩ ନମ୍ବର ସ୍ଥାନ ଖାଲି ରହିଛି । ଶ୍ରେୟାଶଙ୍କୁ ଏହି ସ୍ଥାନରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ସେ ଜଣେ ଅଭିଜ୍ଞ ଖେଳାଳି ହୋଇଥିବାରୁ ଏହା ଦଳକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ପୂର୍ବତନ କୋଚ ରାହୁଲ ଡ୍ରାଭିଡ ତାଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇଥିଲେ । ଏବେ ସବୁ କିଛି କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଉପରେ ନିର୍ଭର କରୁଛି ।

Leave A Reply

Your email address will not be published.