Latest Odisha News

ଶପଥ ନେଲେ ଦେଶର ନୂତନ ସିଏଜି କେ. ସଞ୍ଜୟ ମୂର୍ତ୍ତି

ନୂଆଦିଲ୍ଲୀ: ଦେଶର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ରୂପେ ଶପଥ ଗ୍ରହଣ କରିଛନ୍ତି ଶ୍ରୀ କେ. ସଞ୍ଜୟ ମୂର୍ତ୍ତି l ରାଷ୍ଟ୍ରପତି ଭବନ ଗଣତନ୍ତ୍ର ମଣ୍ଡପରେ ଆୟୋଜିତ ଏକ ସମାରୋହରେ ଶ୍ରୀ ମୂର୍ତ୍ତିଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ରାଷ୍ଟ୍ରପତିଙ୍କ ନିକଟରେ ପଦବୀର ଶପଥ ନେବା ସହ ଦସ୍ତଖତ କରିଥିଲେ ଶ୍ରୀ ମୂର୍ତ୍ତି ।

ଗତ ୧୯ ତାରିଖରେ ଭାରତର ନୂତନ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ(ସିଏଜି) ଭାବେ ନିଯୁକ୍ତି ପାଇଥିଲେ ଆଇଏଏସ ଅଫିସର କେ ସଞ୍ଜୟ ମୂର୍ତ୍ତି l କେ ସଞ୍ଜୟ ମୂର୍ତ୍ତିଙ୍କୁ ନୂତନ ସିଏଜି ଭାବେ ନିଯୁକ୍ତ କରିଥିଲେ କେନ୍ଦ୍ର ସରକାର l ଗତକାଲି ପୂର୍ବତନ ସିଏଜି ମୁଖ୍ୟ ଗିରିଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହୋଇଛି l ବିଧିବଦ୍ଧ ଭାବରେ ଆଜି ନୂତନ ସିଏଜି ଭାବରେ ଶପଥ ନେଇଛନ୍ତି ଶ୍ରୀ ମୂର୍ତ୍ତି l

୧୯୮୮ ବ୍ୟାଚ୍‌ ଆନ୍ଧ୍ର ପ୍ରଦେଶ କ୍ୟାଡରର ଆଇଏଏସ ଅଫିସର ମୂର୍ତ୍ତି ଶିକ୍ଷା ମନ୍ତ୍ରଣାଲୟରେ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟରତ ଥିଲେ । ଏହା ବ୍ୟତୀତ ସେ ସାରା ଦେଶରେ ଶିକ୍ଷାଗତ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରେରିତ କରିବା ଦିଗରେ କାର୍ଯ୍ୟ କରୁଥିଲେ ।

 

Comments are closed.