Latest Odisha News

BREAKING NEWS

ଅବଢା ଯୋଜନା ମାଧ୍ୟମରେ ଆସିଥିବା ୩୫ ଟି ଇ-ବସର ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଅବଢା ଯୋଜନା ମାଧ୍ୟମରେ ଆସିଥିବା ୩୫ ଗୋଟି ଇ-ବସ୍ ଗୁଡିକର ଆଜି ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ପୁରୀ ସମଙ୍ଗ ପାର୍କିଂ ଠାରେ ରଖାଯାଇଥିବା ଏହି ବସଗୁଡିକୁ ନିରୀକ୍ଷଣ କରିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି ।

ଗତ ୫ ତାରିଖ ରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ଇ-ବସ୍ ଗୁଡିକ ଉପରେ ଆଲୋଚନା ହୋଇଥିଲା । ଓବିସିସି ପକ୍ଷରୁ ଅବଢା ଯୋଜନାରେ ଏହି ୩୫ଟି ଇ-ବସ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଥିବା ବେଳେ ଏହି ବସ୍ ଚଳାଚଳ ତଥା ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ବୈଷୟିକ ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ନଥିବା ପରିଚାଳନା କମିଟି ଆଲୋଚନା କରିଥିଲେ । ତେଣୁ ଏହାର ପରିଚାଳନା ପାଇଁ ଓଏସଆରଟିସି କିମ୍ବା ଅନ୍ୟ କୌଣସି ସରକାରୀ ସଂସ୍ଥାକୁ ହସ୍ତାନ୍ତର କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କୁ ପରିଚାଳନା କମିଟି ଅଧିକୃତ କରିଥିଲେ ।
ତଦନୁସାରେ, ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ସ୍ଥିତି ସମୀକ୍ଷା ଏବଂ ନିରୀକ୍ଷଣ କରିଛନ୍ତି ମୁଖ୍ୟ ପ୍ରଶାସକ । ଯଥାଶୀଘ୍ର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଇ-ବସ୍ ସମ୍ପର୍କରେ ଏକ ବୈଠକ କରାଯାଇ କାର୍ଯ୍ୟ ଖସଡା ପ୍ରସ୍ତୁତ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

Comments are closed.