ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ସମ୍ପୂର୍ଣ୍ଣ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଶ୍ରୀ ସୂତ ମହାମୁନି ଶୌନକ ଆଦି ଋଷିଙ୍କୁ କିଛି ଉପଦେଶ ଦେଉଛନ୍ତି। ଆଉ କହିଛନ୍ତି ମନ୍ୟୁଷର ପରମ ଧର୍ମ କଣ ଓ ଯାହାର ଉତ୍ତରରେ କହିଛନ୍ତି ଭଗବତ ଭକ୍ତି ହିଁ ପରମ ଧର୍ମ, ଧର୍ମାଚରଣର ମୂଖ୍ୟ ଉଦେଶ୍ୟ ହେଉଛି ପରମେଶ୍ୱରଙ୍କ ପାଦପଦ୍ମରେ ପ୍ରେମ ଭାବ ଅର୍ପଣ କରିବା ତେଣୁ ମଣିଷଙ୍କର ସମସ୍ତ ଆଚରଣ ଓ ଉଚ୍ଚାରଣ କେବଳ ଭଗବତ ପ୍ରେମରେ ପ୍ଲାବିତ ହେବା ଉଚିତ।
କେବଳ ଧର୍ମ ପାଇଁ ଧର୍ମ ଆଚରଣ କରିବା ଦରକାର, କୌଣସି କାମନା ରଖି ଧର୍ମ ଆଚରଣ କରିବା ନିତ୍ୟାନ୍ତ ଅପରାଧ ଅଟେ। ସଂସାରରେ ତ୍ରି ବର୍ଗ ପ୍ରାପ୍ତି ପାଇଁ ନିଷ୍କାମ ଭଗବତ ପ୍ରେମ ହିଁ ଏକମାତ୍ର ପାଥେୟ। ପ୍ରଥମ ବର୍ଗ ହେଲା ଧର୍ମ ଶାସ୍ତ୍ର କହେ “ଧାରୟେତେ ଇତି ଧର୍ମ” ଅର୍ଥାତ ଏ ସମଗ୍ର ବ୍ରହ୍ମାଣ୍ଡ କୁକେହି ବାସୁକୀ ଧାରଣ କରିନଥିଲେ, ତାହାଙ୍କୁ ଧାରଣା କରିଛନ୍ତି ଆମର ଧର୍ମ, ସେଥିପାଇଁ ଏ ସଂସାରରେ ଧର୍ମର ସଂସ୍ଥାପନା ପାଇଁ ପରମାତ୍ମା ଅବତାର ନେଇ ପୃଥିବୀକୁ ଆସନ୍ତି।
ଦ୍ଵିତୀୟ ବର୍ଗ ହେଲା ଅର୍ଥ, ଏଠାରେ ଯଦି ଆମେ ଭାବିବା ଧର୍ମ ଆଚରଣ ଯୋଗୁଁ ଅର୍ଥ ପ୍ରାପ୍ତି ହୋଇଥାଏ, ତେବେ ଏହା ଏକ ଭ୍ରାନ୍ତ ଧାରଣା କିନ୍ତୁ କଥାରେ ଅଛି” ଧନ ଅର୍ଜିଲେ ଧର୍ମ କରି ଧର୍ମେ ପ୍ରପାତ ନରହରି “ଆଉ ତୃତୀୟ ବର୍ଗ କାମ, ଏଠାରେ କହି ରଖେ ଅଧର୍ମ ପୂର୍ବକ ସର୍ବଦା ଇନ୍ଦ୍ରିୟ ତୃପ୍ତିରେ ମାତିବା “କାମ” ନୁହେଁ, ଏହା କାମନା ଅଟେ।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-99-devotion-to-god-without-any-desire-is-called-the-highest-religion/
କେବଳ ବଂଶ ରକ୍ଷା ପାଇଁ ପତି ପତ୍ନୀ ମଧ୍ୟରେ ଶାସ୍ତ୍ର ଅନୁମୋଦିତ ସମ୍ଭୋଗ କ୍ରିୟା ହିଁ କାମ। ସେଥିପାଇଁ ହେ ଋଷି ଗଣ ଜଗତ କଲ୍ୟାଣ ପାଇଁ ଏହି ଜ୍ଞାନ ବିତରଣ କର। ମନ୍ୟୁଷଙ୍କୁ ବୁଝାଅ ଇନ୍ଦ୍ରିୟ ସୁଖର ଵଶବର୍ତ୍ତୀ ନହୋଇ ଭଗବତ ପ୍ରେମରେ ନିଜକୁ ଲିପ୍ତ କରନ୍ତୁ। ହଁ ଆପଣ ମାନେ ଜାଣିବାକୁ ଚାହିଁଥିଲେ ମନ୍ୟୁଷର ପ୍ରକୃତ କର୍ତ୍ତବ୍ୟ କଣ ହେବା ଉଚିତ ତାର ଉତ୍ତରରେ ମୁଁ ଏତିକି କହିବି ନିଜର ଧର୍ମ ଆଚରଣ କରିବା ମନ୍ୟୁଷର ପରମ କର୍ତ୍ତବ୍ୟ ଅଟେ। ଏଵେ ଅବୋଧ ଭାଷାରେ ଗୋଟିଏ ଛପପୟ କହୁଛି
“କଥା ଶ୍ରବଣ ନିତ୍ୟ କରେଂ, ଶ୍ରବଣ ୱେ ହୀ ହେ ସୁଖକର।
ବାଣୀ ବିମଲା ବହା କୃଷ୍ଣ କୀର୍ତନ ମେ ତତ୍ପର।।
ମନ ମୋହନ ମେ ମିଲେ ସତତ ହରି ଚରଣ ନି ସେୱେ।
କର୍ମ କରେ ଜୋ କଛୁ କୃଷ୍ଣ ଅର୍ପଣ କରି ଦେ୍ୱେ।।
ଅର୍ଥାତ ସର୍ବଦା ହରି କଥା ଶ୍ରବଣ କର କୃଷ୍ଣ ନାମ କୀର୍ତ୍ତନ କର, ମନମୋହନଙ୍କୁ ସେଵା କର, ଏବଂ ସବୁ କର୍ମକୁ ଶ୍ରୀକୃଷ୍ଣଙ୍କୁ ଅର୍ପଣ କର।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.