ଲେଖକ: ଦୟାନିଧି ତ୍ରିପାଠୀ
ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ନାରାୟଣଙ୍କ ଠାରୁ ବା ଦ୍ୱାରା ସୄଷ୍ଟ ବୋଲି ଆମେ ଅବଗତ ହେଲେ, ଏହା ମଧ୍ୟ ଜାଣିଲେ ଯେ ଏହା ବ୍ରହ୍ମା ଓ ନାରଦଙ୍କ ଦ୍ୱାରା ସଂସାରର କଲ୍ୟାଣ ଉଦ୍ୟେଶରେ ବିସ୍ତାରିତ ଓ ପ୍ରସାରିତ ହେବା ଉଦ୍ୟେଶରେ ମହାମୁନି ବ୍ୟସଦେବଙ୍କ ହୃଦୟରେ ସ୍ପୁରିତ ହେଲା। ଏହି ବିଷୟରେ ଏକ ଭାବପୂର୍ଣ୍ଣ ସନ୍ଧର୍ଭ ପ୍ରଚଳିତ ଅଛି ଯାହା ଏହିପରି ବେଦବ୍ୟାସ ବେଦ, ବ୍ରହ୍ମସୂତ୍ର, ମହାଭାରତ, ପୁରାଣ ଇତ୍ୟାଦି ରଚନା କରିସାରିବା ପରେ ମଧ୍ୟ ତାଙ୍କ ମନରେ ସମ୍ପୂର୍ଣ୍ଣତାର ଶାନ୍ତି ଆସିଲା ନାହିଁ।
କୁହାଯାଏ ମହାଭାରତର ସବୁଠାରୁ ଅମୂଲ୍ୟ ଅଂଶ ଶ୍ରୀମଦ ଭଗବତ ଗୀତା ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ଆତ୍ମ ସନ୍ତୋଷ ଦେଲାନାହିଁ। ଏହା ଦେଖି ନାରଦ କହିଲେ ହେ ମହାମୁନି ଆପଣ ବେଦ, ପୁରାଣ ଇତ୍ୟାଦି ରଚନା କରି ସଂସାରକୁ ରାଜନୀତି, ଅର୍ଥନୀତି, ଧର୍ମନୀତି, ଆଦି ବିଷୟରେ ଜ୍ଞାନ ଦେଲେ। ଏହି କାର୍ଯ୍ୟ କୌଣସି ସାଧାରଣ ମଣିଷ ପକ୍ଷରେ ସମ୍ଭବ ନୁହେଁ। ତଥାପି ଆପଣଙ୍କ ମନ ଶାନ୍ତି ହେଲା ନାହିଁ କାରଣ ଏହି ରଚନା ଭିତରେ ପ୍ରଚୁର ଭାବରେ ଭଗବାନଙ୍କ ଗୁଣାବଳି ବର୍ଣ୍ଣନାର ଅଭାବ ରହିଛି। କଥାରେ ଅଛି- ନୈଷ୍କର୍ମ୍ୟମପି ଅଚ୍ୟୁତ ଭାବ ବର୍ଜିତଂ, ନ ଶୋଭତେ ଜ୍ଞାନମଳଂ ନିରଂଜନମ୍” ଅର୍ଥାତ ଭଗବତ ଭାବ ବର୍ଜିତ ହେଲେ ନିଷ୍କାମ କର୍ମର ମଧ୍ୟ ମୂଲ୍ୟ ନଥାଏ।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-10-the-nectar-of-knowledge-that-god-himself-has-bestowed-upon-us-is-called-shrimad-bhagwat/
ଯେଉଁ ଶାସ୍ତ୍ରରେ ଭଗବାନଙ୍କ ପ୍ରତି ପରମ ଭକ୍ତି ଭାବ ସୃଷ୍ଟି କରିବାର କ୍ଷମତା ନଥାଏ ତାହା ଚିତ୍ତକୁ ପରମ ସନ୍ତୋଷ ପ୍ରଦାନ କରିପାରେନି। ଏବେ ଆପଣ ସମ୍ପୂର୍ଣ୍ଣ ଭକ୍ତି ଭାବରେ ପର୍ଯ୍ୟବେଷିତ ଏକ ଗ୍ରନ୍ଥ ରଚନା କରନ୍ତୁ। ଏହା ଶୁଣି ବ୍ୟାସଦେବ ଧ୍ୟାନସ୍ଥ ହେଲେ ଓ ଶ୍ରୀମଦ ଭାଗବତ ଗ୍ରନ୍ଥ ରଚନାର ବୀଜ ହୃଦୟରେ ସ୍ପୁରିତ ହେଲା। କାରଣ ସ୍ୱୟଂ ଯୋଗେଶ୍ୱର କୃଷ୍ଣଙ୍କ ସେ ଅଂଶ ଅବତର ଥିଲେ ଓ ତାଙ୍କୁ କୃଷ୍ଣ ଦ୍ୱେିପାୟନ କୁହାଯାଏ। ସେ ମଧ୍ୟ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ମିଳିତ ଅବତାର ବୋଲି ବିବେଚନା କାରାଯାଏ। ଚତୃମୁଖ ନହୋଇ ବି ସେ ବ୍ରହ୍ମା, ଚତୃଭୁଜ ନଥାଇ ବି ସେ ବିଷ୍ଣୁ ତ୍ରିଲୋଚନ ନଥାଇ ବି ସେ ମହେଶ୍ୱର।
ଏଥିରୁ ଜଣାଗଲା ସ୍ୱୟଂ ଭଗବାନ ବ୍ୟାସଦେବ ଅବତାରରେ ଆସି କେବଳ କୃଷ୍ଣମୟ ଗ୍ରନ୍ଥ ଭାଗବତ ରଚନା କଲେ। ଆସନ୍ତୁ ତେବେ ମହାପୁରୁଷ ଯଶୋବନ୍ତ ଦାସଙ୍କ ରଚିତ ଅପୂର୍ବ ପଦାବଳୀଙ୍କୁ ମନେ ପକାଇବା। “ଭାଗବତ ଭଜନ ମାଳା ମନ ସୂତ୍ରେ ଗୁନ୍ଥ ନକରି ହେଳା ”
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.