ଲେଖକ: ଦୟାନିଧି ତ୍ରିପାଠୀ
ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ଭଗବାନ ସ୍ୱରୂପ ବ୍ୟାସଦେବଙ୍କ ଆନ୍ତରରେ କିପରି ସ୍ପୁରିତ ହେଲା ତାହା ଅବଗତ ହେବା ପରେ ଏତିକି ସ୍ପଷ୍ଟ ହେଲା ଯେ ଶ୍ରୀକୃଷ୍ଣ ହିଁ ପରମ ସତ୍ୟ ଏବଂ ନିଷ୍କାମ ଭକ୍ତି ପାଇବା ପାଇଁ ଏହି ପରମ ସତ୍ୟଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହେବାକୁ ପଡିବ। ଭଗବାନ ଶ୍ରୀକୃଷ୍ଣ ସେଥିପାଇଁ ଶ୍ରୀମଦ ଭଗବତ ଗୀତାରେ ଅର୍ଜୁନଙ୍କୁ କହିଛନ୍ତି- ଯତ କରୋଷୀ, ଯଦଶ୍ନାସି, ଯଜ୍ଜୁହୋଷି ଦଦାସିଯତ, ଯତ୍ତପସ୍ୟସି କୌନ୍ତେୟ ତତ କୁରୁଷ୍ଣ ମଦଅର୍ପଣମ୍।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-11-god-himself-has-composed-bhagwat-in-the-form-of-vyasdeva/
ଅର୍ଥାତ ଯାହା କରୁଛ, ଯାହା ଖାଉଛ, ଯାହା ଆହୁତି ଦେଉଛ, ଯାହା ଦାନ କରୁଛ, ଯାହା ତପ କରୁଛ ତାହା ସବୁ ମୋତେ ଅର୍ପଣ କର। ଅହଂକାର ବର୍ଜନ କରି କେବଳ ଶରଣ ପାର୍ଥନା କଲେ ବା ଶରଣାଗତି ଦ୍ୱାରା ସତ୍ୟ ସ୍ୱରୂପ ପରମାତ୍ମାଙ୍କର ଉପଲବ୍ଧି ହୋଇପାରେ। ଶ୍ରୀମଦ ଭାଗବତର ମୂଳ କଥା ହେଉଛି ସଭିଙ୍କ ମନରେ ଭଗବାନ ପ୍ରତି ଶ୍ରଦ୍ଧା ଉତ୍ପନ କରିବା। କାରଣ ଶ୍ରଦ୍ଧା ଜାତ ନହେଲେ ଶ୍ରୀକୃଷ୍ଣ ରୂପୀ ସତ୍ୟ ବା ପରମ ସତ୍ୟଙ୍କ ପ୍ରତି ନିଷ୍କାମ ଭକ୍ତି ଅସମ୍ଭବ।
ଶ୍ରୀକୃଷ୍ଣ ନାମ କୀର୍ତ୍ତନ ଓ ଭାଗବତ ଲୀଳା ଶ୍ରବଣ ସର୍ବଦା ସମ୍ପାଦନ କରିଥିଲେ ଜୀବର ଜ୍ଞାନ ଉଦୟ ହୋଇଥାଏ। ସଂସ୍କୃତ ଭାଗବତରେ ବର୍ଣ୍ଣିତ ହୋଇଛି “ତାବତ କର୍ମାଣି କୁର୍ବାତ ନିର୍ବେଦ୍ୟତ ଯାଦୃତା, ମତ କଥା ଶ୍ରବଣାଦୌ ବା ଶ୍ରଦ୍ଧା ଯାବତ ନ ଜାୟତେ”। ମାୟା ଜଗତର ଆବେଶରୁ ମୁକ୍ତି ଲାଭ କରିବା ପାଇଁ ଶ୍ରୀକୃଷ୍ଣ ତିନୋଟି ମାର୍ଗର ନିର୍ଦ୍ଦେଶ କରିଛନ୍ତି, ଯଥା- କର୍ମ, ଜ୍ଞାନ ଓ ଭକ୍ତି ଯୋଗ। ଏଥି ମଧ୍ୟରେ ସବୁଠାରୁ ସହଜ ମାର୍ଗ ହେଲା ଭକ୍ତି। ଆଉ ସେହି ଶ୍ରୀକୃଷ୍ଣ ଭକ୍ତିରେ ପରିପୂର୍ଣ୍ଣ ଶ୍ରୀମଦ ଭାଗବତ ଗ୍ରନ୍ଥ ହିଁ ଆମର ଆଧାର ଗ୍ରନ୍ଥ ହେଉ ଏତିକି କାମନା କରିବା।
ଜୟ ଜଗନ୍ନାଥ
(ଦ.ତ୍ରି.ଉଵାଚ)
Comments are closed.