Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୩: ସାଧୁ ଓ ସାଧକ ମାନଙ୍କର କଣ୍ଠହାର ଶ୍ରୀମଦ୍ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ

ଭୁବନେଶ୍ଵର: ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀମଦ ଭାଗବତ ବ୍ୟାସ କୃତ । କିନ୍ତୁ ଏହା ଲିପିବଦ୍ଧ ହୋଇ ବର୍ତ୍ତମାନ ସ୍ୱରୂପରେ କେବେ ଉପଲବ୍ଧ ହେଲା ତାର ସଠିକ ଇତିହାସ ନାହିଁ । ଭାରତୀୟ ଭକ୍ତି ଆନ୍ଦୋଳନର ମୂଖ୍ୟ ଧାରା ଶ୍ରୀମଦ ଭାଗବତ ଗ୍ରନ୍ଥ ଠାରୁ ଜନ୍ମ ନେଇଛି । ଏହି କଥା ମନକୁ ଆସିଲେ ମନେପଡେ ନବମ ବା ଦଶମ ଶତାବ୍ଦୀ କଥା । କିନ୍ତୁ ଶ୍ରୀଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ରଚନାବଳୀରେ ସଂସ୍କୃତ ଭାଗବତର ଛାପ ଦେଖିଲେ ଲାଗୁଚି ଭାଗବତ ଅଷ୍ଟମ ଶତାବ୍ଦୀ ପୂର୍ବରୁ ରଚିତ । କାରଣ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ସମୟ ହେଉଛି 788-820ଶତାବ୍ଦୀ ।

ଏହା ମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-2-sutta-heard-bhagavatam-from-sukadeva-on-the-banks-of-the-ganges-river/

ଐତିହାସିକ ମାନେ ମତ ଦିଅନ୍ତି ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟ ହିନ୍ଦୁ (ସନାତନ )ଧର୍ମର ପୁନରଉତ୍ଥାନ ସମୟ ଏବଂ ଖୁବ ସମ୍ଭବତଃ ଏହି ସମୟରେ ଅର୍ଥାତ ଖ୍ରୀଷ୍ଟାବ୍ଦ 375-413ମଧ୍ୟରେ ମୌଖିକ ଭାବରେ ବଂଚି ରହିଥିବା ଶ୍ରୀ ଭାଗବତଙ୍କୁ ଲୋକକଲ୍ୟାଣ ଉଦ୍ଦେଶ୍ୟରେ ସଂକଳିତ କରାଯାଇଥିଲା । ଏହା ସଂକଳିତ ହେବା ପରେ ପରେ ଭାରତୀୟ ଆଧ୍ୟାତ୍ମିକ ଧାରାର ମୂଖ୍ୟ ଉପଜିବ୍ୟ ହୋଇଗଲା । ପ୍ରତ୍ୟେକ ସାଧକ, ସନ୍ଥ ତଥା ସାଧାରଣ ମଣିଷ ଜ୍ଞାନ ମାର୍ଗ, ଭକ୍ତିମାର୍ଗ, କର୍ମମାର୍ଗ, ଯୋଗମାର୍ଗ ପ୍ରେମତତ୍ୱ, ସାଂଖ୍ୟ, ବେଦାନ୍ତ ଆଦି ପ୍ରତ୍ୟେକ ଧାରାର ସମନ୍ବିତ ଭାବ ଏହି ଅମୂଲ୍ୟ ଗ୍ରନ୍ଥରୁ ଆହୋରଣ କଲେ । ପ୍ରକୃତ ପକ୍ଷେ ସନ୍ଥ, ସାଧୁ ଓ ସାଧକ ମାନଙ୍କର ଏହା କଣ୍ଠହାର ପାଲଟିଗଲା। ସେଥିପାଇଁ ଶ୍ରୀଭାଗବତଙ୍କ ଦ୍ୱାଦଶ ସ୍କନ୍ଦ କହେ:-

“ଶ୍ରୀମଦ ଭାଗବତଂ ପୁରାଣମମଳଂ
ଯଦ ବୈଷ୍ଣବlନାଂ ପ୍ରିୟମ, ଯସ୍ମିନ ପlରମହଂସ୍ୟମେକମମଳଂ ଜ୍ଞାନଂ ପରଂ ଗୀୟତେ ”

ଅର୍ଥାତ୍ ବୈଷ୍ଣବ ମାନଙ୍କ ପ୍ରିୟ, ପରମହଂସ ମାନଙ୍କର ପବିତ୍ର ଓ ଶ୍ରେଷ୍ଠ ଜ୍ଞାନର ଗାୟନ ଏହି ଗ୍ରନ୍ଥରେ ପରିସ୍ପୁଟିତ ହୋଇଛି । ଆସନ୍ତୁ ତେବେ ଏଭଳି ନିର୍ଦୋଷ ଓ ନିର୍ମଳ ଗ୍ରନ୍ଥଙ୍କୁ ପଠନ, ଶ୍ରବଣ, ଓ ମନନ କରିବା ।

ଜୟ ଜଗନ୍ନାଥ

(ଦ. ତ୍ରି. ଉଵାଚ )

Comments are closed.