ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ସ୍ୱରୂପରେ ଆମେ ଗ୍ରନ୍ଥ ଗୁରୁଙ୍କ ଆଶ୍ରୟ ନେବା ପରେ ପ୍ରକୃତରେ ପରମାର୍ଥ ତତ୍ୱ ବିଷୟକ ଜ୍ଞାନ ପାଇଥାଉ। ମନ୍ୟୁଷର ସଂସାରାଦି ବୈଷୟିକ ଧାରଣାକୁ ଆମେ ସାଧାରଣ ଜ୍ଞାନ ପ୍ରଯାୟରେ ଅନ୍ତର୍ଭୁକ୍ତ କରିଥାଉ। ଏଥିରେ ମନ୍ୟୁଷ ଓ ମନ୍ୟୁଷ୍ୟେତର ପ୍ରାଣୀ ମାନଙ୍କର ମମତାବୁଦ୍ଧି ଜଡିତ ତଥା ଆହାର, ନିଦ୍ରା, ମୈଥୁନ ଓ ଭୟ ଆଦି ବିଷୟକ ଜ୍ଞାନ ହିଁ ସନ୍ନିବେଷିତ ହୋଇଥାଏ ଜୀବନର ଉତ୍କର୍ଷତା ସାଧନ ପାଇଁ। କିନ୍ତୁ ବ୍ରହ୍ମଜ୍ଞାନଙ୍କ ଆବଶ୍ୟକତା ଥାଏ ପରମହଂସ ରାମକୃଷ୍ଣ ଦେବ ତେଣୁ କହିଥିଲେ
“ନିତ୍ୟରେ ପହଂଚିବାର ଜ୍ଞାନ ହିଁ ବ୍ରହ୍ମଜ୍ଞାନ “ ।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-55-srimad-bhagwat-is-our-scripture/
ଏଠାରେ ନିତ୍ୟ କିଏ ଯେ ନିରନ୍ତର ସତ୍ୟରେ ପ୍ରତିଷ୍ଠିତ ସେ ହିଁ ନିତ୍ୟ ଅର୍ଥାତ ପରମାତ୍ମା ଶ୍ରୀକୃଷ୍ଣ ଆଉ ଆମ ଉପାସ୍ୟ ଶ୍ରୀମଦ ଭାଗବତ ଗ୍ରନ୍ଥ ସେହି ପରମାତ୍ମାଙ୍କ ଅପୂର୍ବ ଲୀଳାର ବର୍ଣ୍ଣନାରେ ପୂର୍ଣ୍ଣ। କେବଳ ଚିତ୍ତକୁ ଶୁଦ୍ଧ କରି ଭକ୍ତି ଭାବରେ ଏହି ଶାସ୍ତ୍ରର ତତ୍ୱ ଜ୍ଞାନକୁ ଅନୁଭବରେ ନେଇ ସାଧନାରତ ହେଲେ ଆମର ଜ୍ଞାନଯୋଗର ଉଦ୍ୟେଶ ସାଧନ ହୋଇପାରିବ ଏହା ହିଁ ଜ୍ଞାନଯୋଗୀର ଲକ୍ଷଣ। ଏହି ଜ୍ଞାନଯୋଗ ଦ୍ୱାରା ଆମେ ଶାଶ୍ୱତ ଆନନ୍ଦ ପ୍ରାପ୍ତ ହୋଇ ପାରିବା। ଯାହାକୁ ଆମେ ତିନି ପ୍ରକାରେ ଉପଲବ୍ଧି କରିଥାଏ
1.ବିଷୟାନନ୍ଦ
2.ବ୍ରହ୍ମlନନ୍ଦ
3.ଭଜନାନନ୍ଦ
ଏହି ନାମ କରଣରୁ ଏହି ତିନି ଆନନ୍ଦଙ୍କ ପ୍ରକୃତ ସ୍ୱରୂପ ଆମେ ଜାଣିପାରୁଛେ। ସଂସାର ଭିତରେ ଉପଲବ୍ଧ ଭୋଗ ବିଳାସ ର ସଂଯୋଗରେ ମିଳୁଥିବା ଆନନ୍ଦର ନାମ ବିଷୟାନନ୍ଦ, ଏହା କ୍ଷଣିକ ତଥା ଶାଶ୍ୱତ ନୁହେଁ। ସେହିପରି ବ୍ରହ୍ମ ବିଷୟକ ଅନୁଭୁତି ଓ ବ୍ରହ୍ମଜ୍ଞାନରୁ ଉତ୍ପନ ଆନନ୍ଦ ହେଉଛି ବ୍ରହ୍ମାନନ୍ଦ ଓ ଏହା ଶାଶ୍ୱତ ଅଟେ । ଆଉ ରହିଲା ଭଜନାନନ୍ଦ ଏହା ଶ୍ରୀମଦ ଭାଗବତ ଶରଣାଗତ ପ୍ରାଣଙ୍କର ମୂଳ ଯୋଗ ଅର୍ଥାତ ଶ୍ରୀକୃଷ୍ଣ ଭଗବାନଙ୍କ ରୂପ, ଗୁଣ, ଲୀଳାଦି ଭଜନରେ ଲିପ୍ତ ଭାଗବତ ପ୍ରେମୀ ମାନଙ୍କ ଦ୍ୱାରା ଉପଲବ୍ଧ ସ୍ୱତନ୍ତ୍ର ଆନନ୍ଦ ଭଜନାନନ୍ଦ
ମୋତେ ଭଜିଣ ଖଣ୍ଡ ଭ୍ରମ।
ଏଵେ ତୁ ଛାଡ଼ ସର୍ବ ଧର୍ମ।।
ପୁଣି ସେହି ଭାଗବତର ଅମୂଲ୍ୟ ବାଣୀ ସମସ୍ତ ସାଧନାର ଅମୂଲ୍ୟ ଅଙ୍ଗ ଜ୍ଞାନ ସାଧନା ଓ ଏହି ସାଧନା ନିମିତ୍ତ ଆପଣକୁ ଅହଂକାର ଶୂନ୍ୟ ହେବାକୁ ପଡିବ କାରଣ ଭାଗବତ କହେ “ଯାବତ ଦେହେ ଅହଂକାର।
ଇନ୍ଦ୍ରିୟ ପ୍ରାଣରେ ସଂଚାର।।
+ + + +
ଏଣେ ବିବେକ ଯାର ହୋଇ।
ଜାଣିବ ଜ୍ଞାନୀ ସେ ଅଟଇ।।
ଆସନ୍ତୁ ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କୁ ଭଜନ କରି ଶ୍ରୀମଦ ଭାଗବତଙ୍କ ଶରଣ ନେବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.