Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୬୦: ଯୋଗ ସାଧନର ଆବଶ୍ୟକତା ନିଶ୍ଚିତ ଭାବରେ ଜୀବ ଓ ପରମ ମିଳନର ବାଟ ଉନ୍ମୁକ୍ତ କରିଥାଏ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକ ଏପରି ଗ୍ରନ୍ଥ ଯାହା ଗୂଢ଼ ରୁ ଗୁଢତମ ତତ୍ୱ ଗୁଡିକର ବିସ୍ଲେସଣ ଖୁବ ପ୍ରାଞ୍ଜଳ ଓ ପରିଷ୍କାର ଭାବେ କରିଥାଏ। ତେଣୁ ଏହି ଷଢ଼ ଚକ୍ର ଜାଗ୍ରତ କରି ପ୍ରାଣାୟାମ ଯୋଗ କ୍ରିୟା ବା କ୍ରିୟା ଯୋଗର ସମସ୍ତ ବିବରଣୀ ଅତି ସୁନ୍ଦର ଭାବରେ ଶ୍ରୀମଦ ଭାଗବତରେ ମିଳିଥାଏ
ପବିତ୍ର ସ୍ଥିର ସୁଖ ମନେ।
ଓଁ କାର କରି ଉଚ୍ଚାରଣେ।।
ବାମ ଚରଣ ଗୁହ୍ୟ ଦ୍ୱାରେ।
ଦକ୍ଷିଣ ପାଦ ତା ଉପରେ।।
ଦେଇ ଟେକିବ ମେରୁଦଣ୍ଡ।
ଭୁଜେ ଆମଞ୍ଚ ଜାନୁଖଣ୍ଡ।।
ପ୍ରାଣ ଅପlନ ବାୟୁ ବଳେ।
ରସନା ତୋଳି ତାଳୁ ମୂଳେ।।
ନିଶ୍ଚଳ ଧ୍ୟାନେ ଦୃଷ୍ଟି ଏକେ।
ସାଧିବ ପୂରକ କୁମ୍ଭକେ।।
ରେଚକେ କରି ତାକୁ ସମ।
ନାସାଗ୍ରେ ସ୍ଥାପିବ ନୟନ।।
ଏହି ଵିଧି ମତେ ଯଦି କ୍ରିୟା ଯୋଗରେ ଲିପ୍ତ ହେବେ ତେବେ ଆପଣଙ୍କର
ନାନା ଉପଲବ୍ଧି ହୋଇଥାଏ ଯଥା
ଏ ଷଢ଼ ଚକ୍ର ଭେଦି ସ୍ପୁରେ।
ଶବଦ ଦ୍ୱାଦଶ ପ୍ରକାରେ।।
ଏ ଅନାହତପୁରେ ସ୍ଥିତି।
ଜୀବ ଆତ୍ମାର ତତ୍ୱ ଗତି।।
ଅବା
+ + + +
ଏଣୁ ନିଶ୍ଚଳେ ସ୍ଥାପି ମନ।
ଅଳପ ଅଳପ ସଂଯମ।।
ଏମନ୍ତ ସାଧି ନିରନ୍ତରେ।
ସୁଖେ ମିଳଇ ମୋକ୍ଷ ଘରେ।।
ଏହିପରି ଯୋଗ ସାଧନର ଆବଶ୍ୟକତା ନିଶ୍ଚିତ ଭାବରେ ଜୀବ ଓ ପରମ ମିଳନର ବାଟ ଉନ୍ମୁକ୍ତ କରିଥାଏ। ସବୁଠାରୁ ବଡ଼ କଥା ଯଦି ସାଧକ ଟିଏ ନିଜର ଅନ୍ତିମ ସମୟରେ ଏହି ଯୋଗ କ୍ରିୟା ସାଧନା କରି ସୁଷୁମ୍ନା ପଥରେ ନେଇ ତ୍ରିକୂଟରେ ପ୍ରାଣଙ୍କୁ ସ୍ଥାପନ କରନ୍ତି ଓ ପରମ ପୁରୁଷଙ୍କୁ ସ୍ମରଣ କରନ୍ତି ତେବେ ଦିବ୍ୟ ପୁରୁଷଙ୍କୁ ଉପଲବ୍ଧି କରିଥାନ୍ତି। ପରମପୁରୁଷଙ୍କ ସହ ଏହି ସାକ୍ଷାତ ହିଁ ମୋକ୍ଷ ଭାବରେ ବିବେଚିତ ହୋଇଥାଏ। କିନ୍ତୁ ଏକ ବଡ଼ କଥା ଶ୍ରୀମଦ ଭାଗବତ ପ୍ରତ୍ୟେକ ସାଧକ ଓ ସାଧିକାଙ୍କୁ ଅବଗତ କରାଇଥାଏ ତାହା ହେଲା ନିଷ୍କାମ ଭକ୍ତି ଏତେ ସବୁ ଜଟିଳ ଯୋଗ କ୍ରିୟା ଯଦି ନିଷ୍କାମ ଭକ୍ତି ଯୁକ୍ତ ହୋଇ ନଥାଏ ତେବେ ଏହି ଯୋଗର ସମ୍ପୂର୍ଣ ଫଳ ପ୍ରାପ୍ତି ହୁଏ ନାହିଁ। ସେହି ଭାଗବତ କହେ
ସେ ହରି ଭାବ ଯେବା ଛାଡି।
ଯାଆନ୍ତି କର୍ମ ପଥ ମାଡ଼ି।।
ଯେ ପୁଣ୍ୟ ବେଦ ମାର୍ଗେ କରେ।
ସକାମ ଚିତ୍ତେ ଫଳ ଧରେ।।
ହରିଙ୍କି ନକରେ ଅର୍ପଣ।
ସେ ସର୍ବ ଫଳ ଅକାରଣ।।
ନିଷ୍କାମ ମତେ ସେ ସନ୍ୟାସୀ।
ତପ ସାଧନ୍ତି ବନେ ପଶି।।
ହରି ମହିମା ଛାଡି ଯେବେ।
ଅତି ନିର୍ମଳ ଜ୍ଞାନ ଭାବେ।।
ସେ କାହୁଁ ଅଶୁଭ ନାଶିଵ।
ତପ ସାଧିବା ଫଳ ଦେବ।।
ତେଣୁ ଆସନ୍ତୁ ଏତେ ସବୁ କଠିନ ଯୋଗ କ୍ରିୟାରେ ନିମଗ୍ନ ହେବା ପୂର୍ବରୁ କେବଳ ଶୁଦ୍ଧ ମନରେ ନିଷ୍କାମ ଭକ୍ତି ଟିଏ କରି ଶ୍ରୀମଦ ଭାଗବତଙ୍କ ଶରଣ ନେବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ)

Comments are closed.