Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୬୧: ଭାଗବତଙ୍କର ମୂଳ ଉଦ୍ଦେଶ୍ୟ ହେଲା ଶ୍ରେଷ୍ଠ ମାନବ ଜୀବନର ଅବତାରଣା କରିବା

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମକୁ ଅନେକ କଠିନ ଯୋଗ କ୍ରିୟା ବିଷୟରେ ଅବଗତ କରାଇଲେ, ଯାହାର ମୂଳ ଉଦ୍ୟେଶ ହେଲା ଶ୍ରେଷ୍ଠ ମାନବ ଜୀବନର ଅବତାରଣା କରିବା। ମାନବ ଟିଏ ଜନ୍ମ ହୋଇଥାଏ ଅନେକ ଦିବ୍ୟତାଙ୍କୁ ସାଙ୍ଗରେ ନେଇ କିନ୍ତୁ ଆଧ୍ୟାତ୍ମିକ ଚେତନାର ଅଭାବରୁ ମାନବ ମଧ୍ୟରେ ଥିବା ଦିବ୍ୟତାର ମନ୍ଦାକିନୀ ଧାରା ପ୍ରବାହିତ ହୁଏନାହିଁ ବରଂ ସମୟ ସମୟରେ କାମନା ଓ ବାସନାର ଧାରା ନିର୍ଗତ ହୋଇ ଆମେ କଳୁଷିତ ହୋଉଥାଉ।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-60-the-need-for-yoga-meditation-certainly-opens-the-way-to-the-union-of-the-soul-and-the-supreme/

ସ୍ୱାର୍ଥ, ମୋହ, ମାୟା, ଅଜ୍ଞତା ବିଶେଶତଃ ଅହଂକାର ଆମ ପତନର କାରଣ ହୋଇଥାଏ। ଶରୀର ସୃଷ୍ଟି ସହିତ ଷଢ଼ ଚକ୍ର ଓ ସହସ୍ରାର ସୃଷ୍ଟି ହୋଇଥାଏ, କିନ୍ତୁ କେତେ ଜନ କଠିନ କ୍ରିୟା ଯୋଗ କରିଥାନ୍ତି ? ସେଥିପାଇଁ ତ ଶ୍ରୀମଦ ଭାଗବତ ମଣିଷଙ୍କୁ ଏକ ସହଜ ଓ ସରଳ ଭକ୍ତି ପଥ ନିର୍ଧାରଣ କରିଛନ୍ତି ଓ ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଖୁବ ସୁନ୍ଦର ଉପସ୍ଥାପନା କହେ
ଅନେକ ଜନ୍ମ ତପ ଫଳେ।
ମାନବ ଜନ୍ମ ମହୀତଳେ।।
ଈଶ୍ୱର ପୂଜାର ମନ୍ଦିର।
ଦୁର୍ଲଭ ମନ୍ୟୁଷ ଶରୀର।।
ଜ୍ଞାନ ଓ ଭକ୍ତିଙ୍କୁ ଆଧାର କରି ଓ ଯୋଗ କ୍ରିୟା ଦ୍ୱାରା ଏହି ଦୁର୍ଲ୍ଲଭ ଶରୀର କୁ ମୋକ୍ଷ ମାର୍ଗ ରେ ପରିଚାଳିତ କଲେ ପରମେଶ୍ୱର ଙ୍କ ସଙ୍ଗ ଲାଭ ହୁଏ ଅର୍ଥାତ ନିର୍ବାଣ ପ୍ରାପ୍ତ ହୁଏ, ଯାହା ସ୍ବର୍ଗର ଦେବତା ମାନେ ମଧ୍ୟ ପାଇନଥାନ୍ତି. ସେଥିପାଇଁ ଶାସ୍ତ୍ର କହେ ଦେବତା ମାନଙ୍କର ମଧ୍ୟ ଦୁର୍ଲ୍ଲଭ ମାନବ ଶରୀର ପାଇବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି. ସଂସ୍କୃତ ଭାଗବତ ରେ ଏହାର ପ୍ରମାଣ ମିଳିଥାଏ ଯଥା
“ଏତଦେବ ହିଁ ଦେବା ଗାୟନ୍ତି, ଅହୋ ଅମିଷl କମକାରି ଶୋଭନଂ, ପ୍ରସନ୍ନ ଏଷl ସ୍ଵିଦୂତ ସ୍ୱୟଂ ହରିଃ, ଜୈଜନ୍ମ
ଲବ୍ଧଂ ନୃଷୁ ଭାରତାଜିରେ, ମୁକୁନ୍ଦ
ସେବୌପୟିକଂ ସ୍ପୃହା ହିଁ ନଃ”
ଅର୍ଥାତ ଦେବତା ମାନେ ମଧ୍ୟ ମର୍ତ୍ୟ ରେ ଜନ୍ମ ଗ୍ରହଣ କରି ବିଶେଷତଃ ଭାରତବର୍ଷ ରେ ଜନ୍ମ ନେଇ ଭଗବାନ (ଯୋଗେଶ୍ୱର କୃଷ୍ଣ)ଙ୍କ ସେଵା କରିବାର ଯୋଗ୍ୟହେବାକୁ ସ୍ପୃହା ରଖିଛନ୍ତି। ଅଥବା ମନ୍ୟୁଷ ରୂପରେ ଭାରତ ବର୍ଷରେ ଜନ୍ମ ଗ୍ରହଣ କରିବା ପାଇଁ ଦେବତା ମାନଙ୍କର ପ୍ରବଳ ଆଗ୍ରହ ରହିଥାଏ, କାରଣ ନିଜର ସଂଚିତ ପୁଣ୍ୟ ବଳରେ ସ୍ୱର୍ଗପୁର ରେ ଅପାର ସୁଖ ମିଳିଥାଏ କିନ୍ତୁ ଏହି ସଂଚିତ ପୁଣ୍ୟ ଚିରସ୍ଥାୟୀ ନୁହେଁ, ତେଣୁ ଏହା କ୍ଷୟ ହେବା ପରେ ସ୍ୱର୍ଗ ରୁ ବିଚ୍ୟୁତ ଘଟିଥାଏ.କିନ୍ତୁ ଏହି ମର୍ତ୍ୟ ମଣ୍ଡଳରେ ମାନବ ଜୀବନରେ ଭକ୍ତି, ମୁକ୍ତି ଓ ସତସଙ୍ଗ ସୁଖ ସବୁ କିଛି ସହଜରେ ମିଳିଥାଏ ମାନବ ଜୀବନ ର ଶ୍ରେଷ୍ଠତ୍ବ ଓ କର୍ତ୍ତବ୍ୟ କଥା ଶ୍ରୀମଦ ଭାଗବତ ଆମକୁ ଅନେକ ପ୍ରକାରେ ସୂଚେଇ ଥାଏ, ଆଗାମୀ ଅଧ୍ୟାୟ ରେ ତାହା ବିଷଦ ଭାବେ ଆଲୋଚନା କରିବା। ଏଵେ ନେବା ସେହି ଗ୍ରନ୍ଥ ରୂପୀ ପରମ ଗୁରୁଙ୍କ ଶରଣ ନେବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.