ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ (ସଂସ୍କୃତ )ରେ ବର୍ଣିତ ଗୋଟିଏ ଶ୍ଳୋକ ମାନବ ଜୀବନର ଶ୍ରେଷ୍ଠତ୍ବ ଓ ଦେବତା ମାନଙ୍କ ଏହି ଦୁର୍ଲ୍ଲଭ ମାନବ ଜନ୍ମ ପାଇଁ ଥିବା ଉତ୍କଣ୍ଠା ଖୁବ ସୁନ୍ଦର ପ୍ରତିଫଳିତ
“କଳ୍ପାୟୁଷା ସ୍ଥାନଜୟାତପୁନଭର୍ବାତ
କ୍ଷଣାୟୁଷା ଭାରତଭୁୟୋଜ ବରମ
କ୍ଷଣେନ ମର୍ତ୍ୟେନ କୃତ ମନସ୍ବିନଃ
ସଂନ୍ୟସ୍ୟ ସଂଯାନ୍ତ୍ୟଭୟଂ ପଦଂ ହରେ “ଅର୍ଥାତ ସେହି ସ୍ୱର୍ଗର ମୂଲ୍ୟ ବା କଣ ଯେଉଁଠି ଦେବତା ମାନଙ୍କ ଆୟୁଷ ଏକ କଳ୍ପ ହୋଇଥାଏ, ଏଣୁ ତାଙ୍କୁ କଳ୍ପାୟୂଷ କୁହାଯାଏ, କିନ୍ତୁ ସେହି କଳ୍ପର ଅବଧି ଶେଷ ପରେ ପୁଣି ଦେବତା ମାନଙ୍କୁ ସଂସାରର ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ିବାକୁ ହୋଇଥାଏ। ଏହାଠାରୁ ଉତ୍କୃଷ୍ଟ ହେଲା ପବିତ୍ର ଭାରତ ଭୂମିରେ ଜନ୍ମ ନେଇ ପ୍ରଭୁଙ୍କର ଆଶ୍ରୟ ନେବା। କାରଣ ଭାରତରେ ଜନ୍ମ ନେଇଥିବା ଜ୍ଞାନୀ ଓ ସାଧୁ ପୁରୁଷ ମାନେ ନିଜର କୃତ କର୍ମକୁ ଭଗବାନଙ୍କୁ ଅର୍ପଣ କରି ମର୍ତ୍ୟରେ ସ୍ୱର୍ଗ ସୁଖର ଅଧିକାରୀ ହୋଇଥାନ୍ତି। ଏହି ଭାବଧାରାର ଅନ୍ୟ ଏକ ଶ୍ଳୋକର ସୁନ୍ଦର ବର୍ଣନା ଏପରି
ଯଦ୍ୟତ୍ର ନଃ ସ୍ୱର୍ଗସୁଖାବସେଶିତଂ
ସ୍ଵିଷ୍ଟସ୍ୟ ସୂକ୍ତସ୍ୟ କୃତସ୍ୟ ଶୋଭନମ
ତେନାଜନାଭେ ସ୍ମୃତିମଜନ୍ମ ନଃ ସ୍ୟାଦ
ବ6ର୍ଷ ହରିର୍ଯ୍ୟଦ ଭଜତାଂ ଶଂ ତନୋତି “ଏଠାରେ ଦେବତା ମାନେ ପାର୍ଥନା କରୁଛନ୍ତି ଆମକୁ ଆମ ପୁଣ୍ୟ ବଳରେ ଏହି ଅଜନାଭ ବା ଭାରତ ବର୍ଷ ରେ ଜନ୍ମ ମିଳୁ ଏଠାରେ ଆମେ ସର୍ବଦା ଶ୍ରୀକୃଷ୍ଣଙ୍କ ସାନିଧ୍ୟ ପାଇବୁ ଓ ତାଙ୍କ କୃପା ଲାଭ କରିବୁ, ଯେପରି ମର୍ତ୍ୟରେ ମଣିଷ ମାନେ ଶ୍ରୀମଦ ଭାଗବତ ଆଧାର ରେ ଶ୍ରୀକୃଷ୍ଣ ଙ୍କ କୃପା ପାଉଛନ୍ତି.ଉପନିଷଦ ରେ ମାନବ ଜୀବନର ମହନୀୟତା କୁ ଅନ୍ୟ ଭାବରେ ଉପସ୍ଥାପିତ କରାଯାଇଛି। ଛାନ୍ଦୋଗ୍ୟ ଉପନିଷଦ କହେ “ତତ୍ୱମସି “, ବୃହଦାରଣ୍ୟକ ଉପନିଷଦ କହେ “ଅହଂ ବ୍ରହ୍ମlସ୍ମି “।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-61-the-main-purpose-of-bhagavata-is-to-embody-the-best-human-life/
ଏହି ଦୁଇଟି ଯାକ ମହାବାକ୍ୟଙ୍କ ଅର୍ଥ ଏକା ଗୋଟିଏ କହିଲା ତତ-ତ୍ୱମ -ଅସି ଅର୍ଥାତ ତୁମେ (ମଣିଷ )ହିଁ ସେହି ବ୍ରହ୍ମ ସ୍ୱରୂପ ଅଟେ। ଅନ୍ୟଟି କହେ ଅହଂ-ବ୍ରହ୍ମ -ଅସ୍ମି ଅର୍ଥାତ ମୁଁହି ବ୍ରହ୍ମ ଅଟେ। ଏହି ଭାବଧାରାରେ ଥାଇ ମାନବ ଜୀବନରେ ଚରମ ଉତ୍କର୍ଷତା ଲାଭ କରିଥିବା ଅନେକ ଉଦାହରଣ ଶ୍ରୀମଦ ଭାଗବତରେ ଅଛି ଯଥା ବାଳକ ଧ୍ରୁବ ଓ ପ୍ରହଲ୍ଲାଦ ରାଜା ଅମ୍ବରିଷ ଓ ପରୀକ୍ଷିତ, ମାତା ଦେବହୂତି ଇତ୍ୟାଦି। ମାନବ ଜୀବନରେ ସାର୍ଥକତା ଆଣିବା ପାଇଁ ଶ୍ରୀମଦ ଭାଗବତରେ ପ୍ରଦତ୍ତ ଉପଦେଶ ଓ ବାଣୀର ଉତ୍ତମ ଅଧ୍ୟୟନ ଓ ଆଚରଣର ଯଥେଷ୍ଟ ଆବଶ୍ୟକତା ରହିଛି। ଆସନ୍ତୁ ସେହି କାର୍ଯ୍ୟରେ ବ୍ରତି ହେବା
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.