Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୮: ଗୀତା ରୂପକ ଦୁଗ୍ଧରେ ମହୁ ମିଶାଇଲେ ଯାହା ହୁଏ ତାହା ହିଁ ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ

ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଉତ୍ପତି ସ୍ୱୟଂ ନାରାୟଣଙ୍କ ଉପଦେଶରୁ ହୋଇଛି। ଏହା ଜାଣିବା ପରେ ମନରେ ସ୍ୱତଃ ପ୍ରଶ୍ନ ଉଠେ ବେଦ, ଉପନିଷଦ ସବୁ ଭଗବାନ ମନ୍ୟୁଷଙ୍କୁ ଦେଇ ସାରିବା ପରେ ପୁଣି ବ୍ରହ୍ମାଙ୍କୁ ଭାଗବତ ତତ୍ୱ କାହିଁକି ପ୍ରଦାନ କଲେ। ଏହାର ଉତ୍ତରରେ ଏତିକି କୁହାଯାଇ ପାରେ ଯେ ଇହଲୋକରେ ଏକ କର୍ମ ମୁଖର, ଆନନ୍ଦମୟ ଜୀବନ ଓ ପରଲୋକରେ ସୁଖ ଶାନ୍ତି ପାଇବା ପାଇଁ ବିଭିନ୍ନ ଯାଗ ଯଜ୍ଞ ଆଦିର ବ୍ୟବସ୍ଥା ସହିତ ବିଭିନ୍ନ ଦେବାଦେବୀଙ୍କ ପୂଜା ଆରାଧନାର ମାର୍ଗ ସୂଚାଇ ଦିଆଯାଇଛି। ତେଣୁ ଏହା କର୍ମ ପ୍ରଧାନ ବୋଲି ଆଲୋଚନା ହୋଇଛି।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-7-a-little-pride-in-the-mind-will-not-allow-one-to-be-completely-devoted-to-god/

ସେହିଭଳି ଭଗବାନଙ୍କ ତତ୍ୱ ଓ ଉପଦେଶର ଦାର୍ଶନିକ ପରିପ୍ରକାଶକୁ ଉପନିଷଦରେ ସ୍ଥାନିତ କରାଯାଇଛି, ଯାହାକି ସାଧାରଣ ମନ୍ୟୁଷ ପାଇଁ ବୋଧଗମ୍ୟ ନୁହେଁ। ଏଥିପାଇଁ ପ୍ରଚଣ୍ଡ ଜ୍ଞାନର ଆବଶ୍ୟକତା ଅଛି ତେଣୁ ଏହାକୁ ଜ୍ଞାନ ପ୍ରଧାନ ବୋଲି ଅଭିହିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସାଧାରଣ ଜନତାଙ୍କ ପାଇଁ ଯେଉଁ ଶାସ୍ତ୍ରର ଉଦୟ ହେଲା ତାହାହିଁ ଶ୍ରୀ ଭାଗବତ।

ଆଚାର୍ଯ୍ୟ ବିନୋବା ଯଥାର୍ଥରେ କହିଛନ୍ତି ଗୀତା ରୂପକ କ୍ଷୀରରେ ମହୁ ମିଶାଇଲେ ଯାହା ହୁଏ ତାହା ହିଁ ଶ୍ରୀମଦ ଭାଗବତ। ଏଠାରେ ଭଗବତ ଗୀତାର ଏକ ମହାନ ଶ୍ଳୋକ ଯାହା ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ- ସର୍ବୋପନିଷଦଃ ଗାଵଃ
ଦୋଗ୍ଧା ଗୋପାଳନନ୍ଦନଃ, ପାର୍ଥଃ ବତ୍ସଃ, ସୁଧୀଭୋକ୍ତା ଦୁଗ୍ଧଂ ଗୀତାମୃତଂ
ମହତ।” ତେଣୁ ଦୁଗ୍ଧ ସଦୃଶ୍ୟ ଗୀତା ହେଲେ ଶ୍ରୀମଦ ଭାଗବତ ମହୁ ମିଶ୍ରିତ ଦୁଗ୍ଧ। ଏଣୁ ଏହା ସ୍ୱାଦିଷ୍ଟ ଓ ପୃଷ୍ଟିକର ମଧ୍ୟ। ଆସନ୍ତୁ ତେବେ ଏହି ପ୍ରେମ ପ୍ରଧାନ ଓ ଭକ୍ତିମାର୍ଗର ଗ୍ରନ୍ଥ ଶ୍ରୀମଦ ଭାଗବତର ଅମୃତ ରସ ଅସ୍ୱାଦନ କରିବା।

ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.