ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନାରେ ମୁଖ୍ୟ ଜଣେ ମହର୍ଷି ବ୍ୟାସଦେବ ଓ ଅନ୍ୟ ଜଣେ ଦେବର୍ଷି ନାରଦ। ଏହି ମହର୍ଷି ଓ ଦେବର୍ଷି ବିଷୟରେ ସମ୍ୟକ ଆଲୋଚନା ନକଲେ ଶ୍ରୀ ଭାଗବତ ସାର ରଚନାର ମୂଲ୍ୟ କିଛି ନୁହେଁ। ପ୍ରଥମେ ଆଲୋଚନା କରିବା ମହର୍ଷି ବ୍ୟାସଦେବଙ୍କ କଥା। ଶାସ୍ତ୍ର କହେ ମହର୍ଷି ବ୍ୟସଦେବ ଭଗବାନଙ୍କ ସପ୍ତଦଶ ଅବତାର। ଅର୍ଥାତ ଜ୍ଞାନାବତାର, ଯାହାଙ୍କ ଦ୍ୱାରା ସାରା ସୃଷ୍ଟିକୁ ଜ୍ଞାନ ପ୍ରଦାନ କରାଯାଇଛି। ବେଦ, ବ୍ରହ୍ମସୂତ୍ର, ମହାଭାରତ ବା ଇତିହାସ ଓ ବିଭିନ୍ନ ପୁରାଣ ରଚିତ ହୋଇ ସଂସାରରେ ଜ୍ଞାନଯଜ୍ଞର ପ୍ରକାଶ ଘଟିଛି। ସମଗ୍ର ବେଦଙ୍କର ମୂଳ ରୂପର ସରଳିକରଣ ହୋଇ ଚାରିଗୋଟି ବେଦ ସୃଷ୍ଟି ହୋଇଛି।
ୠଚା ଅର୍ଥାତ ସ୍ତୁତି ତାହାକୁ ଋକ ନାମରେ ଖ୍ୟାତଋଗ ବେଦ. ଯଜୁସ ଅର୍ଥାତ ଯଜ୍ଞ, ତେଣୁ ଯଜ୍ଞକର୍ମରେ ପ୍ରୟୋଗ ଗଦ୍ୟାତ୍ମକ ମନ୍ତ୍ର ଯଜୁର୍ବେଦ ରେ ସନ୍ନିବେଷିତ ହେଲା. ସାମ ଯାହାର ଅକ୍ଷରିକ ଅର୍ଥ ହେଲା ଗୀତ ବା ଗାନ ଏଥିରେ ସ୍ତୁତିପରଙ୍କ ମନ୍ତ୍ର ର ଗାନ ଏହାର ଶୈଳୀ ଓ ଵିଧି ନିର୍ଧାରିତ ହୋଇ ସାମ ବେଦ ରେ ରୁପାୟିତ ହେଲା. ଶେଷରେ ଅଥର୍ବ ବେଦ ରେ ଆୟୁର୍ବେଦ, ସ୍ଥାପତ୍ୟ ଇତ୍ୟାଦି ସମ୍ପର୍କୀୟ ମନ୍ତ୍ର ସନ୍ନିବେଷିତ ହୋଇ ଚାରି ବେଦ ଆତ୍ମପ୍ରକାଶ କଲା ବେଦକୁ ଲୋକ କଲ୍ୟାଣରେ ବିନିଯୋଗ କରିବା ପାଇଁ ଏକତ୍ର ଭାବେ ରହିଥିବା ବେଦ ମନ୍ତ୍ର ସମୂହକୁ ଚାରି ବେଦ ରୂପ ଦେଲେ ବ୍ୟାସ ଶ୍ରୀମଦ ଭାଗବତ ମହାପୁରାଣ ରେ ଏହା ନିଜେ ବ୍ୟାସଦେବ କହିଛନ୍ତି “ଋଗ ଯଜୁଃ ସାମାର୍ଥବ୍ୟାଖ୍ୟା ବେଦାଶ୍ଚତ୍ୱାର ଉଦଧୃତାଃ” ଅର୍ଥାତ ଋଗ, ଯଜୁ, ସାମ, ଅଥର୍ବ ଏପରି ଚାରିବେଦ ଉଧୃତ ହେଲା। ସେଥିପାଇଁ ମଧ୍ୟ ବ୍ୟାସ ନିଜେ ବେଦବ୍ୟାସ ଭାବରେ ପରିଚିତ ହେଲେ।
ସେହିପରି ବେଦର ଅନ୍ତିମ ଭାଗ ଯାହା ବେଦାନ୍ତ ଭାବରେ ବା ଉପନିଷଦ ଭାବରେ ଖ୍ୟାତ ଥିଲା ଓ ଯାହାଙ୍କୁ ବେଦଙ୍କର ଜ୍ଞାନଭାଗ ବା ଦର୍ଶନଭାଗ ବୋଲି ବିବେଚିତ ତାହାରି ତତ୍ୱ ଓ ଦର୍ଶନକୁ ସୁସଜ୍ଜିତ କରି ବ୍ୟାସଦେବ ରଚନା କଲେ ବ୍ରହ୍ମସୂତ୍ର। ଉପନିଷଦର ପ୍ରତିପାଦ୍ୟ ବିଷୟ ବ୍ରହ୍ମ ସେହି ବ୍ରହ୍ମ ଜ୍ଞାନ ବା ତତ୍ୱକୁ ଦର୍ଶନ ସୂତ୍ର ଆକାର ଦେଇ ଏହି ବ୍ରହ୍ମସୂତ୍ରକୁ ପୁଣି ଲୋକ କଲ୍ୟାଣ ପାଇଁ ପ୍ରଦାନ କରି ବ୍ୟାସଦେବ ସ୍ୱୟଂ ପରମବ୍ରହ୍ମ ଶ୍ରୀକୃଷ୍ଣଙ୍କ ସ୍ୱରୂପ ରୂପେ ବିବେଚିତ ହୋଇ କୃଷ୍ଣଦ୍ବେିପାୟନ ଭାବେ ଖ୍ୟାତ ହୋଇଛନ୍ତି।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-80-the-almighty-is-the-one-who-created-and-sustains-this-world/
ସେହିପରି ଇତିହାସ ହିସାବରେ ମହାଭାରତ ଓ ପୁରାଣ ମଧ୍ୟରେ ଅଷ୍ଟାଦଶ ପୁରାଣ ମଧ୍ୟ ରଚନା କରି ପୁନଃ ଲୋକ କଲ୍ୟାଣ ପାଇଁ ଉତ୍ସର୍ଗ କରିଛନ୍ତି। ବ୍ୟାସଦେବ ମହାଭାରତ ରଚନା କରିବାର ସୁନ୍ଦର ଯୁକ୍ତି ମଧ୍ୟ ଏହି ଭାଗବତ ମହାପୁରଣରେ କହିଛନ୍ତି ତାହା ଆଗାମୀ ଅଧ୍ୟାୟରେ ଆଲୋଚନା କରିବା ଶେଷରେ ସେହି ଭାଗବତ ବାଣୀକୁ ଉଦ୍ଧାର କରିବା
ପରମ ମଙ୍ଗଳ ଏ ବାଣୀ।
ଜୀବ ନିସ୍ତରେ ଯାହା ଶୁଣି।।
ଅବା ସ୍ୱଭାବେ ଧର୍ମ ଆଚରଣେ।
ଭକତି କରେ ନାରାୟଣେ।।
ତେଣେ ସନ୍ତୋଷ ବିଷ୍ଣୁ ହୋଇ।
ପ୍ରାଣୀଙ୍କି ଚୌବର୍ଗ ଦେଇ।।
ଆସନ୍ତୁ ତେବେ ଚଉବର୍ଗ ଲାଭର ଆଶା ନେଇ ଭାଗବତ ଚିନ୍ତନ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.