ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଚର୍ଚ୍ଚାର ଉପଯୁକ୍ତ ସ୍ଥାନ ହେଉଛି ନୈମିଷରଣ୍ୟ, ଅବଶ୍ୟ ଏହି ଈପସିତ ଭୂମିର ସନ୍ଧାନ ପାଇଁ ବର୍ତ୍ତମାନ ଋଷି କୁମାର ଶୌନକ ଓ ତାଙ୍କ ସାଥି ମାନେ ବ୍ୟାକୁଳ ଅଟନ୍ତି। ସେମାନେ ମହର୍ଷି ଭରଦ୍ୱାଜଙ୍କ ଉପଦେଶ ଅନୁଯାୟୀ ଭଗବାନ ମାଧବଙ୍କ ଉପାସନା କରିଛନ୍ତି। ସେମାନଙ୍କ ଆକୁଳ ପ୍ରାର୍ଥନାରେ ପ୍ରୀତ ହୋଇ ମାଧବ ଋଷି କୁମାର ମାନଙ୍କ ସମ୍ମୁଖରେ ଉଭା ହୋଇଛନ୍ତି ମାଧବଙ୍କୁ ଉପଯୁକ୍ତ ସମ୍ମାନ ଜଣାଇ ଋଷିକୁମାର ଶୌନକ କହିଲେ ହେ ମାଧବ ଆପଣଙ୍କ ଦର୍ଶନ ଲାଭ କରି ଆମ୍ଭେମାନେ ଦୈହିକ ଓ ଦୈବୀକ ଦୁଃଖ ଦୂର କରି ପାରିଲୁ, ତଥାପି ଆମ୍ଭମାନଙ୍କ ଅନୁରୋଧ ଗୋଟିଏ ଉପଯୁକ୍ତ ସ୍ଥାନଟିଏର ସନ୍ଧାନ ଦିଅନ୍ତୁ ଯେଉଁ ସ୍ଥାନଟି ଅତ୍ୟନ୍ତ ମନୋରମ ହେବା ସହିତ ପ୍ରଶାନ୍ତିମୟ ହୋଇଥିବ।
ମାଧବ ଅତ୍ୟନ୍ତ ପ୍ରୀତ ହୋଇ ନିଜ ହସ୍ତର ଚକ୍ରଙ୍କୁ ଆଦେଶ ଦେଲେ ଓ ଶୌନକ ଆଦି ଋଷି କୁମାର ମାନଙ୍କୁ କହିଲେ “ହେ ଋଷି କୁମାର ମାନେ ତୁମେମାନେ ଏହି ଚକ୍ରଙ୍କ ଅନୁସରଣ କର। ତାହାର ଗୋଟିଏ ନେମି ଯେଉଁ ଯାଗାରେ ପତିତ ହେବ, ତାହାହିଁ ପୃଥିବୀର ସବୁଠାରୁ ପବିତ୍ର ସ୍ଥାନ ହେବ। ସେହି ସ୍ଥାନରେ ଅବସ୍ଥାନ କରି ଯଜ୍ଞ ଆଦି କର୍ମରେ ନିୟୋଜିତ ହୁଅ। କେତେକ ଗବେଷକଙ୍କ ମତରେ ଶୌନକ ଆଦି ଋଷିକୁମାର ମାନେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ସ୍ତୁତି କରି ତାହାଙ୍କୁ ସନ୍ତୁଷ୍ଟ କଲେ ଓ ବ୍ରହ୍ମା ନିଜ ମନରୁ ଏକ ଚକ୍ର ସୃଷ୍ଟି କରି ତାହାକୁ ପୃଥିବୀ ପୃଷ୍ଠରେ ଗଡ଼ାଇଦେଲେ ଓ କହିଲେ ହେ ଋଷି କୁମାର ଗଣ ତୁମେମାନେ ଏହି ଚକ୍ରଙ୍କୁ ଅନୁସରଣ କର। ଯେଉଁଠାରେ ଏହି ଚକ୍ରଙ୍କ ଏକ ନେମି ଜୀର୍ଣ୍ଣ ଶୀର୍ଣ୍ଣ ହୋଇ ଗଳି ପଡିବ ସେହି ପବିତ୍ର କ୍ଷେତ୍ରରେ ତୁମେମାନେ ବାସ କରି ଯଜ୍ଞ ଆଦି କର୍ମରେ ଲିପ୍ତ ହୁଅ।
ଏହାମଧ୍ୟ ପଢନ୍ତୁhttps://odishasambad.in/shrimad-bhagwat-katha-90-only-a-person-who-receives-gods-special-grace-engages-himself-in-divine-work/
ସେହି ଚକ୍ରଙ୍କୁ ଅନୁସରଣ କରୁ କରୁ ଏକ ଅରଣ୍ୟ ମଧ୍ୟରେ ଏହାର ଗୋଟିଏ ନେମି ପତିତ ହେଲା ଓ ଶୌନକ ଆଦି ଋଷି କୁମାର ଗଣ ସେହିଠାରେ ବାସ କଲେ ଓ ଏହାର ନାମ ଦେଲେ ନୈମିଷାରଣ୍ୟ ଅର୍ଥାତ “ନେମି ଶୀର୍ଯ୍ୟତେ ଯତ ତତ ନୈମିଷ୍ୟମ୍ ନୈମିଷା ନାମ ଅରଣ୍ୟମ ନୈମିଷାରଣ୍ୟମ୍” ଏହାର ପରବର୍ତୀ ସମୟରେ ହରି କଥା ଶ୍ରବଣ କରିବାର ଇଚ୍ଛା ଓ ସୂତଙ୍କ ଦ୍ୱାରା ଭାଗବତ କଥନ ବିଷୟରେ ଆଲୋଚନା କରିବା। ବର୍ତ୍ତମାନ ଶୌନକ ଋଷିକୁମାରଙ୍କ ପରି କରିବା ସ୍ତୁତି “ଭୁବନ ମଙ୍ଗଳ ଶ୍ରୀମୁଖ।
ଦେଖିଲେ ଖଣ୍ଡେ ଭବ ଦୁଃଖ।।
ଭବ ଜଳଧି ସୁଖ ନାଦ।
ତୋର ଚରଣେ ପଦ୍ମନାଭ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.